ବଲାଙ୍ଗିର– ବ୍ରାହ୍ମଣ ପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆଜି ୩୦ ଜୁନ ଦିନ ପ୍ରଧାନ ଶିକ୍ଷକ ଶ୍ରୀମତୀ ବାସନ୍ତୀ ମିଶ୍ର ତାଙ୍କର କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି। ୪୦ ବର୍ଷରୁ ଉର୍ଦ୍ଧ କାଳ ଶିକ୍ଷକତା ଜୀବନରେ ବିଭିନ୍ନ ସ୍କୁଲରେ କାର୍ଯ୍ୟ କରି ତାଙ୍କ ପ୍ରତିଭାର ପରିଚୟ ଦେଇଥିଲେ। ଏକ ଦକ୍ଷ, କର୍ମଠ ଶିକ୍ଷକ ଭାବରେ ଅନେକ ଛାତ୍ରଙ୍କୁ ଗଢିବାରେ ସହାୟକ ହୋଇଛନ୍ତି। ଦକ୍ଷ ପ୍ରଧାନ ଶିକ୍ଷୟତ୍ରୀ ଭାବରେ ଅନେକ ଗଠନମୂଳକ କାର୍ଯ କରିଛନ୍ତି । ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର କୋଷାଧ୍ୟକ ବଲାଙ୍ଗିର ମୁନିସିପାଲ୍ଟୀ ଶିକ୍ଷକ ସଂଘର ସଭାପତି ଭାବରେ ଦୀର୍ଘ ଦିନ ରହି ଆସିଥିଲେ। ତାଙ୍କର ଅବସର ଜୀବନ ସୁସ୍ଥ, ନିରାମୟ ଆନନ୍ଦ ମୟ ହେଉ ବୋଲି ଆଜି ଅବସର ଗ୍ରହଣ କାଳରେ ସହକର୍ମୀ ମାନେ ତାଙ୍କୁ ଶୁଭ ମନାସି ଥିଲେ।
Related Stories
November 22, 2024