ଭୁବନେଶ୍ୱର – ରାଜ୍ୟର ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଜି ଆଳୁ ପିଆଜ ଦରବୃଦ୍ଧି ର ସମୀକ୍ଷା କଲେ । ନାସିକ ରୁ ପିଆଜ କୁଇଣ୍ଟାଲ ପିଛା 2935 ଟଙ୍କା ରେ କିଣା ଯାଉଛି । ପରିବହନ ଖର୍ଚ୍ଚ ସହିତ ଖୁଚୁରା ମାର୍କେଟ କିଲୋ ପିଛା ଦର 40 ଟଙ୍କା ରହିଛି । ବ୍ୟବସାୟୀ ଙ୍କ ଅନାବଶ୍ୟକ ହୋଡ଼ିଂ ଉପରେ ବିଭାଗ ନଜର ରଖିଛି । ସବୁ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ବ୍ୟବସାୟୀ ଙ୍କ ସହ କଥା ହୋଇ ଷ୍ଟକ ଉପରେ ନଜର ରଖିବାକୁ କୁହାଯାଇଛି । ସରକାର ଙ୍କ ନୀତି ନିୟମ ରେ ଖିଲାପି କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଳୁ ବି ନାସିକ ରୁ ଆସୁଥିବାରୁ ଦର ଉଚ୍ଚା ରହିଛି । ଆଳୁ ର ଦରବୃଦ୍ଧି କୁ ବିଭାଗ ତୀକ୍ଷଣ ନଜର ରଖିବା କଲା କଳବଜାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି ବୋଲି କହିଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।
ସେ କହିଛନ୍ତି ଯେ, ଆଳୁ, ପିଆଜ ଯୋଗାଇବାକୁ ନାଫେଡକୁ କୁହାଯିବ । ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ହେବ, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି ।