-
ତିନୋଟି ବିଭାଗ କିଭଳି ରାଜ୍ୟବାସୀ ଙ୍କ ସେବାରେ ଲାଗିବା ହିଁ ହେବ ପ୍ରାଥମିକତା
ଭୁବନେଶ୍ୱର, ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୋମବାର ଦିନ ଲୋକସେବା ଭବନରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ତିନୋଟି ବିଭାଗ କିଭଳି ରାଜ୍ୟବାସୀ ଙ୍କ ସେବାରେ ଲାଗି ପାରିବ ତାହା ହିଁ ମୋର ପ୍ରାଥମିକତା ହେବ । ସେ କହିଛନ୍ତି ଯେ, ୧୦୦ ଦିନିଆ, ବର୍ଷିକିଆ, ଓ ୫ ବର୍ଷିଆ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଉଛି ।
ଭୁବନେଶ୍ୱର କୋର୍ଟ କମ୍ପ୍ଲେକ୍ସ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଆଜି ଅପରାହ୍ଣ ରେ ପୂର୍ତ୍ତ ବିଭାଗର ଅଧିକାରୀ ଙ୍କ ସହ ସମୀକ୍ଷା ହେବ । ଅଗଷ୍ଟ ପ୍ରଥମ ସପ୍ତାହରେ କୋର୍ଟ କମ୍ପ୍ଲେକ୍ସ ଉଦଘାଟନ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଭୁବନେଶ୍ୱର ର ଆଇନଜୀବୀ ମାନେ ତମ୍ଭୁ ତଳେ ବସିଥିବା ଦେଖି ଖରାପ ଲାଗୁଛି ତେଣୁ ତୁରନ୍ତ କାମ ଶେଷ ପାଇଁ ବିଭାଗ ପଦକ୍ଷେପ ନେଇଛି ବୋଲି ସେ କହିଛନ୍ତି ।