-
ଏପଟେ ରତ୍ନସିଂହାସନରେ ଚାଲିଛି ପଟିଦିଅଁ ପୂଜା
ଭୁବନେଶ୍ୱର/ପୁରୀ, ଜ୍ୱରରେ ପୀଡିତ ହୋଇଛନ୍ତି ଶ୍ରୀଜୀଉ । ଆଜି ଅନବସରର ଦ୍ୱିତୀୟ ଦିନରେ ଅଣସର ଘରେ ମହାପ୍ରଭୁଙ୍କ ନିକଟରେ ଶୁକ୍ଳ ବସ୍ତ୍ର ଓ ଶୁକ୍ଳ ରଙ୍ଗର ଫୁଲ ଲାଗି ନୀତି ସମ୍ପନ୍ନ କରୁଛନ୍ତି ଦଇତାପତି ସେବାୟତ। ବୈଦ୍ୟରାଜଙ୍କ ପରାମର୍ଶକ୍ରମେ ଅସୁସ୍ଥ ମହାପ୍ରଭୁଙ୍କୁ କ୍ଷୀର, ସର, ଛେନା ଓ ରାବିଡ଼ି ସହ ଆମ୍ବ, କଦଳୀ, ପଣସ ଆଦି ଭୋଗ କରାଯାଉଛି।
ଅନ୍ୟପଟେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପଟି ଦିଅଁଙ୍କ ପୂଜାର୍ଚ୍ଚନା। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ଏବେ ପଟି ଦିଅଁ ଅନନ୍ତ ନାରାୟଣ, ଅନନ୍ତ ବାସୁଦେବ ଓ ଦେବୀ ଭୁବନେଶ୍ୱରୀଙ୍କ ଦର୍ଶନ କରୁଛନ୍ତି। ସେପଟେ ଦ୍ୱିତୀୟ ଦିନରେ ଅଲାରନାଥଙ୍କ ପୀଠରେ ଭକ୍ତମାନେ ଦର୍ଶନ କରୁଛନ୍ତି ।