ନୂଆଦିଲ୍ଲୀ – ଭାରତ ଠାରୁ ଯୁଦ୍ଧର ଆଶଙ୍କା କରି ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଶରଣ ପଶିଛି ପାକିସ୍ତାନ । ଏଥିପାଇଁ ନିର୍ଣ୍ଣାୟକ ନିଷ୍ପତି ନେବାପାଇଁ ୟୁଏନଏସସି ଓ ୟୁଏନ୍ ମହାସଚିବ ଏଂଟେନିୟୋ ଗୁତେରେସ୍ ଙ୍କୁ ପାକିସ୍ତାନ ଅନୁରୋଧ କରିଛି ।
ପାକିସ୍ତାନ ରାଷ୍ଟ୍ରଦୂତ ମୁନୀର ଆକ୍ରମ୍ ସୁରକ୍ଷା ପରିଷଦ ବୈଠକରେ ମତ ରଖି କହିଛନ୍ତି ଯେ “ପାକିସ୍ତାନ ସୁରକ୍ଷା ପରିଷଦ ଓ ମହାସଚିବଙ୍କୁ ଅନୁରୋଧ କରୁଛି ସେ ପାକିସ୍ତାନ ଓ ଭାରତ ମଧ୍ୟରେ କୌଣସି ବିନାଶକାରୀ ଯୁଦ୍ଧକୁ ରୋକିବାପାଇଁ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରନ୍ତୁ । ଏହାସହ ଜାମ୍ମୁ – କାଶ୍ମୀରରେ ମାନବାଧିକାର ଉଲ୍ଲଂଘନ ଏବଂ କାଶ୍ମୀରର ଲୋକଙ୍କୁ ସେମାନଙ୍କ ଅଧିକାର ଦେବାକୁ ଚେଷ୍ଟା କରନ୍ତୁ ।
ଗୁରୁବାର ଅନୁÂିତ ଏହି ବୈଠକରେ ପାକିସ୍ତାନ ରାଷ୍ଟ୍ରଦୂତ ଆକ୍ରମ କାଶ୍ମୀର ପ୍ରସଙ୍ଗ ଉପରେ ଅଧିକ ଜୋର୍ ଦେଇଥିଲେ ଏବଂ ଭାରତ ବିରୁଦ୍ଧରେ ଏଭଳି ଆରୋପ ଲଗାଇଥିଲେ । କାଶ୍ମୀରରେ ୧୫୦ରୁ ଅଧିକ ଦିନ ଧରି କର୍ଫ୍ୟୁ ଲାଗି ରହିଛି । ସେଠାରେ ଯୋଗାଯୋଗ ସଂଯୋଗ ବିଚ୍ଛିନ୍ନ କରାଯାଇଛି । ସବୁ କାଶ୍ମୀରୀ ନେତା ବର୍ତମାନ ଜେଲ୍ ରେ ଅଛନ୍ତି । ହଜାର ହଜାର ଯୁବକଙ୍କ ଉପରେ ଅତ୍ୟାଚାର କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।
ଏଭଳି ସ୍ଥିତିରେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିବା ଆଶଙ୍କା କରାଯାଇପାରେ ବୋଲି ସେ କହିଛନ୍ତି । ଏପରିକି ଆକ୍ରମ ଭାରତ ଦ୍ୱାରା ଜାରୀ କରାଯାଇଥିବା ମାନଚିତ୍ରକୁ ଉପସ୍ଥାପନ କରିଥିଲେ । ଯେଉଁଥିରେ ପାକିସ୍ତାନ କବଜାରେ ଥିବା କାଶ୍ମୀର ଓ ଗିଲଗିତ୍ ବାଲତିସ୍ତାନ କୁ ଭାରତୀୟ କ୍ଷେତ୍ର ଭାବେ ଦର୍ଶାଯାଇଛି । ଭାରତୀୟ ବୈଦେଶିକ ମନ୍ତ୍ରୀ ମଧ୍ୟ କହିଛନ୍ତି ଯେ ଦିନେ ଏହି ଅଂଚଳ ଗୁଡିକୁ ଭାରତ କବଜା କରିନେବ । ଏହାଦ୍ୱାରା ସେମାନେ ଯୁଦ୍ଧର ଆଶଙ୍କା କରୁଛନ୍ତି ବୋଲି ଆକ୍ରମ କହିଛନ୍ତି ।