
ବୌଦ୍ଧ- ସମଗ୍ର ଭାରତ ବର୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନାଗରିକ ସଂଶୋଧନ ଅଧିନିୟମ ପ୍ରଣୟନ ହୋଇଥିବା ବେଳେ ଜନସାଧାରଣଙ୍କୁ ଏହାର ଲକ୍ଷ୍ୟ ଓ ଉଦେ୍ଧଶ୍ୟ ସଂପର୍କରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସଚେତନତା ପଦଯାତ୍ରା ଓ ସାଧାରଣ ସଭା ଆୟୋଜନ କରାଯାଇଛି । ଆଜି ବୌଦ୍ଧଜିଲ୍ଲା ବିଜେପି ପକ୍ଷରୁ ଐତିହାସିକ ରାମେଶ୍ୱର ମନ୍ଦିରରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲେ । ବସ୍ଷ୍ଟାଣ୍ଡ ପରିସରରେ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଧାରଣ ସଭାରେ ଆଲୋଚକ ମାନେ ସି.ଏ.ଏ. ନିଜ ନିଜ ମତ ପ୍ରକାଶ କରିଥିଲେ । ରାଜ୍ୟ ମହିଳା ସଭାପତି ପ୍ରଭାତି ପରିଡା ଯୋଗଦେଇ ଦେଶ ସ୍ୱାଧିନତା ହେବାର ୭୨ବର୍ଷ ପରେ ନାଗରିକ ସଂଶୋଧନ ଆଇନ- ୨୦୧୯ ପ୍ରଣୟନ ହୋଇଥିବାରୁ ଦେଶବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ବରିÂ ନେତ୍ରୀ ଅର୍ଚ୍ଚନା ନାୟକ, ବିଧାୟକ ଡ. ମୁକେଶ ମହାଲିଙ୍ଗ, ପୁର୍ବତନ ବିରୋଧି ଦଳ ନେତା ସଚ୍ଚିଦାନନ୍ଦ ଦଲାଲ, ବରିÂ ନେତା କହ୍ନେଇ ଚରଣ ଡାଙ୍ଗ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୃଢ ପଦକ୍ଷେପ ନେଇଥିବାରୁ ଜନସାଧାରଣ ସମର୍ଥନ କରିବା ଆବସ୍ୟକ ବୋଲି ମତ ରଖିଥିଲେ । ପୁର୍ବତନ ସାଂସଦ ମହାମେଘବାହନ ଐର ଖାରବେଳ ସ୍ୱାଇଁ ଭାରତରେ ରହିଥିବା ମୁସଲମାନମାନଙ୍କ ପାଇଁ କୌଣସି ଅସୁବିଧା ନ ଥିବା ବେଳେ ଅନୁପ୍ରବେଶକାରୀଙ୍କୁ ଏହି ଆଇନ ପ୍ରଣୟନ ଦ୍ୱାରା ନିଜର ନାଗରୀକତା ହରାଇବାକୁ ପଡିବ ବୋଲି ଆଲୋଚନା କରିଥିଲେ । ସଚେତନତା ସଭାରେ ମୁସଲମାନ ସଂପ୍ରଦାୟର ଭାଇମାନେ ମଧ୍ୟ ଉପସ୍ଥିତ ରହିଥିଲେ । ଯୁବନେତା ସତ୍ୟାନନ୍ଦ ପାଣ୍ଡେ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିବା ବେଳେ ବରିÂ ନେତା ଶ୍ୟାମସୁନ୍ଦର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ପୁର୍ବତନ ସଭାପତି ସୌମିତ୍ରୀ କୁମାର ନାୟକ, ଯୁଗଳ ସାହୁ, ସୂର୍ଯ୍ୟନାରାୟଣ ମହାପାତ୍ର, ମାଗୁଣି ଗାଇଗୌରିଆ, ନବିନ ମହାପାତ୍ର, ମନୋରଞ୍ଜନ ଦାଶ, ନମିତାରାଣୀ ଦାଶ, ସରୋଜ ପ୍ରଧାନ, ରାକେଶ ତ୍ରୀପାଠି, ଓମ୍ ପ୍ରକାଶ ମିଶ୍ର, ନାରାୟଣ କର୍ମୀ, ସୁଶାନ୍ତ ବାଘ, ସଂଗ୍ରାମ ବେହେରା, ଆଶୁତୋଷ ଦାଶ, ପ୍ରେମାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥରବା ବେଳେ ବୌଦ୍ଧଜିଲ୍ଲାର ବୁଦ୍ଧିଜିବୀମାନେ ଉପସ୍ଥିତ ରହିଥିଲେ ।