
ଭଞ୍ଜନଗର- ଆଜି ଭଞ୍ଜନଗର ଠାରେ ଆଞ୍ଚଳିକ ପରିବହନ ବିଭାଗ ତରଫରୁ ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ କେ.ଏସ.ୟୁ.ବି କଲେଜ, ସାବିତ୍ରୀ ମହିଳା କଲେଜ ଓ ୟୁ.ବି ହାଇସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ବିଶାଳ ରାଲି ର ଆୟୋଜନ ହୋଇଥିଲା। ଏହାକୁ ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ପତାକା ଦେଖାଇ ଉଦ୍ଘାଟନ କରିଥିଲେ। ଶୋଭାଯାତ୍ରା,ଦାସ କାଠି ଓ ଚଇତି ଘୋଡାନାଚ ମାଧ୍ୟମରେ ସହର ପରିକ୍ରମା କରି ଜନସଚେତନ ସୃଷ୍ଟି କରିଥିଲେ। ଏହାପରେ ୟୁ.ବି ହାଇସ୍କୁଲ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ସମ୍ମାନିତ ଅତିଥି ଭାବେ ଏସ.ଡ଼ି.ପି.ଓ ଶୁଭ୍ରାଂଶୁ ଶେଖର ମିଶ୍ର, ଆର.ଟି.ଓ ଶୁଭେନ୍ଦୁ ଶେଖର ରାୟ, କଲେଜ ଅଧ୍ୟକ୍ଷ ଡ଼. ନିଳାଞ୍ଚଳ ମୁନୀ, ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ପ୍ରଧାନ ଉପସ୍ଥିତ ରହି ସଡକ ସୁରକ୍ଷା ସମ୍ପର୍କରେ କହିଥିଲେ ।ସମାଜସେବୀ ଶୂଳପାଣି ଶତପଥୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସ୍କାଉଟ ମାଷ୍ଟର ଶଙ୍କର ପ୍ରସାଦ ପଟ୍ଟନାୟକ,ମିଟୁ ମିଶ୍ର ଓ ଅନ୍ୟମାନେ ସହଯୋଗ କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO