
ଭୁବନେଶ୍ୱର/ଆଠଗଡ, ଆଠଗଡ଼ ବନଖଣ୍ଡ ଜେନାପଦା ରେଙ୍ଗାଲି କେନାଲ ନିକଟରେ ଏକ ୭ ବର୍ଷର ଦନ୍ତାହାତୀର ମୃତ୍ୟୁ ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଆଠଗଡ଼ ବନଖଣ୍ଡ ରେଞ୍ଜର ଫରେଷ୍ଟର ପହଞ୍ଚି ମୃତଦେହକୁ ଜବତ କରି ମୃତ୍ୟର କାରଣ ସମ୍ପର୍କରେ ତଦନ୍ତ କରୁଛନ୍ତି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ରେଞ୍ଜର ରବିନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।