
କାନପୁର, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିକୁ ପୋଲିସ କ୍ରାଇମବ୍ରାଂଚର ସ୍ୱାଟ ଏବଂ ସର୍ଭିଲାନ୍ସ ଟିମ ପ୍ରୟାଗରାଜରୁ ଶନିବାର ଗିରଫ କରିଛି ।
ଏନେଇ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଗିରଫ ଅଭିଯୁକ୍ତଜଣକ ମଧ୍ୟପ୍ରଦେଶର ରିଭା ଜିଲ୍ଲାର ଦୀପକ ଶ୍ରୀବାସ୍ତବ । ତାକୁ ପ୍ରୟାଗରାଜର କୋରାଂଭ ଥାନା ଅନ୍ତର୍ଗତ ବଡୋଖରୁ ଗିରଫ କରାଯାଇଛି । ଡିସେମ୍ବର 12ରେ ତାର ମୋବାଇଲରୁ ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା ତିନିଥର କଲ୍ କରି ଧର୍ମ ସଂପର୍କିତ ଅପଶବ୍ଦ, ଜାତି ସୂଚନ ଶବ୍ଦ ଏବଂ ଜୀବନରୁ ମାରିବାକୁ ଧମକ ଦିଆଯାଇଥିଲା । ଧମକ ଦେଇଥିବା ବ୍ୟକ୍ତି ନିଜକୁ କୁଓଁର ରାଜପୁତ ବୋଲି କହିଥିଲା । ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ପ୍ରୟାଗରାଜରୁ ଗିରଫ କରିଛି ।