
ଭୁବନେଶ୍ୱର – ଆମର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ପ୍ରାଚୀନ ଓ ପାରମ୍ପରିକ ଚିକିତ୍ସା ବିଧିର ବହୁତ ଗୁରୁତ୍ୱ ରହିଛି । ଏହାକୁ ଅଣଦେଖା କରାଯାଇ ପାରିବ ନାହିଁ । ବରଂ ଏହିସବୁ ଚିକିତ୍ସା ବ୍ୟବସ୍ଥାର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜୀବନଶୈଳୀରେ ପରିବର୍ତନ, ପୁଷ୍ଟିକର ଖାଦ୍ୟ, ଶାରିରୀକ ବ୍ୟାୟାମ, ସ୍ୱଚ୍ଛତା ଆଦି ଉତମ ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପକାଇଥାଏ । ଆମକୁ ଆଶାବାଦୀ ହେବାକୁ ପଡ଼ିବ । ଦୈନଦିନ ଜୀବନରେ ଉପୁଜୁଥିବା ଅସୁସ୍ଥତା ଓ ରୋଗ ସହିତ ଆମକୁ ଲଢ଼ିବାକୁ ପଡ଼ିବ ଓ ସେଥିରୁ ମୁକୁଳିବାକୁ ଚେଷ୍ଟା କରିବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ପ୍ରକାଶ କରିଛନ୍ତି । ୩ ଦିନ ଧରି ଅନୁÂିତ ହେବାକୁ ଥିବା ନିଶୁଳ୍କ ତିବ୍ୱତୀୟ ଚିକିତ୍ସା ଶିବିର ଉଦ୍ଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଧଳ କହିଲେ ଯେ ସମସ୍ତେ ଏହି ଚିକିତ୍ସା ସେବାର ସୁଯୋଗ ଉଠାଇବା ସହ ସୁସ୍ଥ ଓ ନିରୋଗ ଜୀବନଯାପନ କରିବା ଉଚିତ୍ ।ଏହି ଅବସରରେ ଦଲାଇଲାମାଙ୍କ ବ୍ୟକ୍ତିଗତ ଚିକିତ୍ସକ ଡା. ସେୱାଙ୍ଗ୍ ତାମ୍ଦିନ୍ ସ୍ୱାଗତ ଅଭିଭାଷଣ ଦେବା ଅବସରରେ କହିଲେ ଯେ ୧୯୮୨ ମସିହାରେ ପ୍ରଥମ କରି ଦିଲ୍ଲୀରେ ଏହି ତିବ୍ଦତୀୟ ଚିକିତ୍ସା ବ୍ୟବସ୍ଥା ଆରମ୍ଭ ହୋଇଥିବାବେଳେ ଏବେ ସାରା ଭାରତରେ ଏହାର ୭୨ଟି ଶାଖା ରହିଛି । ବିଦେଶରେ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ୍ରେ ମଧ୍ୟ ଏହି ଚିକିତ୍ସା ବ୍ୟବସ୍ଥା ଖୁବ୍ ଲୋକପ୍ରିୟ । ୧୯୮୮ ମସିହାରେ ଭୁବନେଶ୍ୱରଠାରେ ଆରମ୍ଭ ହୋଇଥିବା ତିବ୍ୱତୀୟ ଚିକିତ୍ସା ଅନୁÂାନ ୩୨ ବର୍ଷ ଧରି ନିରନ୍ତର ଚିକିତ୍ସା ସେବା ଯୋଗାଇଦେଇ ଆସୁଛି । ଆମର ମନ ସହିତ ରୋଗର ସମ୍ବନ୍ଧ ରହିଛି । ସୁସ୍ଥ ମନ ଦ୍ୱାରା ନିରୋଗ ଶରୀର ସମ୍ଭବ ।ଏହି ଅବସରରେ ଭୁବନେଶ୍ୱର ତିବ୍ଦତୀୟ ଚିକିତ୍ସା କେନ୍ଦ୍ରର ଆବାସିକ ଡାକ୍ତର ରିନ୍ଜିନ୍ ମେନ୍ଲା, ଆଷ୍ଟେ୍ରା
ବିଜ୍ଞାନ ପରାମର୍ଶଦାତା ତେନ୍ଜିନ୍ ୟାଙ୍କି, ବୁଦ୍ଧିଷ୍ଟ ମଙ୍କ୍ ତେନ୍ଫେଲା ଓ ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀ ବରଦା ପ୍ରସନ୍ନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ ୟୁନିଟ୍ -୧ସ୍ଥିତ ସରକାରୀ କ୍ୱାର୍ଟର ଭିସି୧/୨ ପରିସର (ଚୌଧୁରୀ ମାର୍କେଟ୍ ସାମ୍ନାରେ) ଏହି ଶିବିର ଆଜିଠାରୁ ଆରମ୍ଭ ହୋଇଛି । ୩ ଦିନ ଧରି ·ଲିବାକୁ ଥିବା ଏହି ନିଶୁଳ୍କ ତିବ୍ଦତୀୟ ଚିକିତ୍ସା ଶିବିର ଜଳିତ ଜାନୁଆରୀ ୧୨ ତାରିଖ ପର୍ଯ୍ୟନ୍ତ ·ଲିବ