
ମାଲକାନଗିରି- ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ କୋଣ୍ଟା ପୋଲିସ ଆଜି ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶ ଚାଲାଣ ହେଉଥିବା ଚଉଦ ଜଣ ଶିଶୁ ଶ୍ରମିକଙ୍କୁ ଏକ ହୋଟେଲରୁ ଉଦ୍ଧାର କରିବା ସହ ସେମାନଙ୍କୁ ଚାଲାଣ କରୁଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ପଡିଆ ଥାନା ଅର୍ନ୍ତଗତ ଉଦୟଗିରି ଅଂଚଳରୁ ସିଙ୍ଗା ବେଟି (୨ ୩) ଓ କାହ୍ନୁ କରାମ (୨ 0) ଦଶ ଜଣ ନାବାଳିକା ଓ ଚାରି ଜଣ ନାବାଳକ ଶିଶୁ ଶ୍ରମିକଙ୍କୁ ନେଇ ଆନ୍ଧ୍ର ଯାଉଥିବା ଖବର ପାଇ କୋଣ୍ଟା ଥାନା ଅଧିକାରୀ ଗୌରବ ପାଣ୍ଡେ ସଦଳବଳେ କୋଣ୍ଟା ଠାରେ ଏକ ହୋଟେଲରେ ଏମାନେ ଖାଉଥିବା ବେଳେ ଚଢ଼ଉ କରି ସମସ୍ତ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି । ଘଟଣାରେ ଦୁଇ ଜଣ ଦଲାଲଙ୍କୁ ଗିରଫ କରିଥିବାବେଳେ ସେଠାରେ ଥିବା ଆନ୍ଧ୍ରର ଦୁଇ ଜଣ ଦଲାଲ୍ ପୋଲିସକୁ ଦେଖି ଫେରାର୍ ହୋଇଯାଇଥିଲେ ।ଉଦ୍ଧାର ସମସ୍ତ ଶିଶୁ ଶ୍ରମିକଙ୍କ ବୟସ ୮ ରୁ ୧ ୭ ବର୍ଷ ମଧ୍ୟରେ ହେବ । ସେମାନଙ୍କୁ ସୁକୁମା ଜିଲ୍ଲା ସଦର ମହକୁମାକୁ ଅଣାଯାଇ ପଚରା ଉଚୁରା ପରେ ତାଙ୍କ ପରିବାର ଲୋକଙ୍କୁ ଆସନ୍ତାକାଲି ହସ୍ତାନ୍ତରିତ କରାଯିବ ବୋଲି ଥାନାଧିକାରୀ ଶ୍ରୀ ପାଣ୍ଡେ ପ୍ରକାଶ କରିଛନ୍ତି ।