ଭୁବନେଶ୍ୱର– ଡେଙ୍ଗୁ ମୁକାବିଲା ପାଇଁ ସିଟି ସର୍ଭିଲାନ୍ସ ଟିମ ଗଠନ ହୋଇଥିବା ସୂଚନା ଦେଇଛି ବିଏମସି । ବିଏମସି କମିଶନର କହିଛନ୍ତି ଯେ, ଡେଙ୍ଗୁ ପାଇଁ ପ୍ରତେକ ଲୋକଙ୍କୁ ସଚେତନ କରେଇବା ସହ ଡେଙ୍ଗୁ ସୃଷ୍ଟି ହେଉଥିବା ଅଞ୍ଚଳ ଚିହ୍ନଟ କରି ଡେଙ୍ଗୁ ବଂଶ ନିପାତ ପାଇଁ ଚେଷ୍ଟା କରିବୁ । ପ୍ରତିଦିନ କେତେ ଆକ୍ରାନ୍ତ ହେଉଛନ୍ତି, ଏବଂ ଟେଷ୍ଟିଂ ସଂଖ୍ୟା ବଢ଼ାଯିବା ସହ ରାସ୍ତା କଡରେ ଥିବା ଟାୟାର, ଇତ୍ୟାଦି ସଫା କରାଯାଉଛି । ବନ୍ଦ ଥିବା ଘର, କଳକାରଖାନାରେ ଚେକିଂ କରାଯିବ ସେଠାରେ କିଭଳି ଡେଙ୍ଗୁ ବଂଶ ବୃଦ୍ଧି ନହେବ ସେଥିପାଇଁ କାର୍ଯ୍ୟ କରୁଛି ବିଏମସି । ବିଏମସି ପକ୍ଷରୁ ଡେଙ୍ଗୁ ମୁକାବିଲା ପାଇଁ ସିଟି ସର୍ଭିଲାନ୍ସ ଟିମ ଗଠନ ହୋଇଛି । ଡେଙ୍ଗୁ ସ୍ଥିତି ଦେଖି ଦରକାର ପଡ଼ିଲେ ଡ୍ରୋନର ବ୍ୟବହାର କରାଯିବ ।
Related Stories
October 10, 2024