
ଭୁବନେଶ୍ୱର, ବର୍ଷା ପୂର୍ବରୁ ଭୁବନେଶ୍ୱରରେ ସରିବ ଡ୍ରେନ କାମ ବୋଲି ପ୍ରତିକ୍ରିୟା ଦେଇଛି ବିଏମସି । ପୂର୍ବରୁ ଯେଉଁ କ୍ରୁତିମ ବନ୍ୟା ହେଉଥିଲା । ସେହି ସମସ୍ୟାର ସମାଧାନ ପାଇଁ ବିଏମସି ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିସାରିଛୁ । ବର୍ତ୍ତମାନ ସଫେଇ ସହ ଡ୍ରେନ କାମ ଜୋରସୋରରେ ଚାଲିଛି । ଆଜି ଏକାମ୍ର ବିଧାୟକଙ୍କ ସହ ଆଲୋଚନା କରି ଖୁବ ଶୀଘ୍ର ଡ୍ରେନେଜ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବୁ । ଡ୍ରେନେଜ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପାଇଁ ଆମେ ଚେଷ୍ଟା କରୁଛୁ । ସେକେଣ୍ଡାରୀ ଟରସିଆରି ଡ୍ରେନର 80 ପ୍ରତିଶତ କାମ ସାରିଯାଇଛି । ମୁଖ୍ୟ ଡ୍ରେନର କାମ ସଫେଇ ମଧ୍ୟ ଚାଲିଛି । ଯେଉଁ ସେକେଣ୍ଡାରୀ ଓ ଟରସିଆରୀ ବା ସବଡ୍ରେନ ରହିଛି ତାହା ସହ 77 କିମି ପର୍ଯ୍ୟନ୍ତ ମୁଖ୍ୟ ଡ୍ରେନ ରହିଛି ତାହାର ସଫେଇ କାର୍ଯ୍ୟ ସହ ଜୁନ 20 ତାରିଖ ସୁଦ୍ଧା ସବୁ ଡ୍ରେନର ସଫେଇ ଏବଂ ମରାମତି କାମ ସାରିଦେବା ପାଇଁ ଲକ୍ଷ ରଖିଚି ବିଏମସି ।