ଜୟପୁର, ଛୁରି ଦେଖାଇ ଲୁଟ ମାମଲାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ନୁଆସାହି ତୃତିୟ ଲାଇନର ଶ୍ରୀକାନ୍ତ ବାଘ (୨୦), ପେପର ମିଲ ଛକ ବମ୍ବେ କୋଲନି ସନ୍ତୋଷ ଦଳେଇ (୨୦) ।
ପୋଲିସର ସୂଚନା ଅନୁଯାଇ, ଗତ ୭ା୬ା୨୩ ଗଞ୍ଜାମର ସତ୍ୟ ନାରାୟଣ ମହାରଣା ଅଭିଯୋଗ କରିଥିଲେ ଯେ, ଗତ ୩ା୬ା୨୪ ରାତ୍ର ୧୦ଟା ୩୦ରେ ଡ୍ରାଇଭର ସଞ୍ଜୟ କୁମାର ମହାନ୍ତି ଓ କାହ୍ନୁ ଚରଣ ମହାରଣା ସାଗରଗୁଡା ଠାରୁ ଗୋବ୍ରା ଗ୍ରାମକୁ ପିକଅପରେ ପୁଜା ସାମଗ୍ରୀ ଧରି ଆସୁଥିଲେ । ସେହି ସମୟରେ ପେପର ମିଲ ଛକ ନିକଟରେ ୪ ଜଣ ଦୁବୃତ ଗାଡିକୁ ଅଟକାଇ ଛୁରି ଦେଖାଇ ମୋବାଇଲ, ୭ ହଜାର ଟଙ୍କା ଲୁଟ କରିଥିଲେ । ଏକ ପଲସର ବାଇକରେ ଆସି ଲୁଟ କରିଥିଲେ । ଏନେଇ ଅଭିଯୋଗ ହେବାରୁ ପୋଲିସ ମାମଲା୧୯୧/୨୪ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜାଣି ପୋଲିସ ମୋବାଇଲ ଓ ପଲସର କୁ ଜବତ କରିଛି । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବିଷୟ ସଦର ଥାନା ଅଧିକାରି ଇଶ୍ଵର ତାଣ୍ଡି ସୂଚନା ଦେଇଛନ୍ତି ।