ଡେହରାଡୁନ– ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ରବିବାର ନୂଆଦିଲ୍ଲୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀ ଧାମି ସୋସିଆଲ ମିଡ଼ିଆ ହେଣ୍ଡେଲ ଏକ୍ସ ରେ ଏନେଇ ସୂଚନା ଦେଇଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ନୂଆଦିଲ୍ଲୀରେ ଉତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କୁ ଭେଟିଛନ୍ତି ।
ଅନ୍ୟପକ୍ଷରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ନିଶଙ୍କ ଏକ୍ସ ରେ ଲେଖିଛନ୍ତି ଯେ, ଉତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହିତ ଆଜି ମୋର ଦିଲ୍ଲୀ ସ୍ଥିତ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ ହୋଇଛି । ଏବଂ ମୁଁ ତାଙ୍କୁ ଉତରାଖଣ୍ଡର ୫ ଲୋକସଭା ଆସନରେ ବିଜେପିକୁ ମିଳିଥିବା ଅଭୁତପୂର୍ବ ବିଜୟ ନେଇ ବଧାଇ ଏବଂ ଶୁଭକାମନା ଜଣାଇଛି ।