
କର୍ଣ୍ଣାଟକ/ନୂଆଦିଲ୍ଲୀ, ଜନତା ଦଳ (ସେକ୍ୟୁଲାର)ରୁ ନିଲମ୍ବିତ ନେତା ପ୍ରଜ୍ୱଳ ରେୱନା ମେ 30 ପାଇଁ ମ୍ୟୁନିଖରୁ ବେଙ୍ଗାଲୁରୁ ଫେରିବା ପାଇଁ ଫ୍ଲାଇଟ ଟିକେଟ ବୁକ କରିଛନ୍ତି । ଏସଆଇଟି ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି ।
ଏସଆଇଟି ସୂତ୍ର ମୁତାବକ ଜନତା ଦଳ (ଏସ) ସୁପ୍ରିମକୋ ଏଚଡି ଦେବେଗୌଡାଙ୍କ 33 ବର୍ଷୀୟ ନାତି ରେଭନ୍ନା ମେ 31ରେ ବେଙ୍ଗାଲୁରୁ ପହଂଚିବାର ସମ୍ଭାବନା ରହିଛି । ରେଭନ୍ନା ଯୌନ ଉତ୍ପୀଡନ ଅଭିଯୋଗର ସାମ୍ନା କରୁଛନ୍ତି ।