ଭଦ୍ରକ – ବିଭିନ୍ନ ଟ୍ରେଡ ୟୁନିଅନ ପକ୍ଷରୁ ଆଜି ଅନୁଷ୍ଠିତ ହୋଇଥିବା ଭାରତ ବନ୍ଦ ଭଦ୍ରକରେ ସଫଳ ହୋଇଛି । ସରକାରୀ ଭାବେ ସମସ୍ତ ସ୍କୁଲ, କଲେଜକୁ ବନ୍ଦ ରଖା ଯାଇଥିବାବେଳେ ବ୍ୟାଙ୍କ, କୋର୍ଟ, ପୋଷ୍ଟ ଅଫିସ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଦିକୁ ଆନ୍ଦୋଳନକାରୀମାନେ ବନ୍ଦ କରାଇଥିଲେ । ଜାତୀୟ ରାଜପଥକୁ ବନ୍ଦ ରଖାଯାଇଥିବାବେଳେ ବସ ଚଳାଚଳ ମଧ୍ୟ ବନ୍ଦ ରହିଥିଲା । ଭଦ୍ରକ ରେଳ ଷ୍ଟେସନରେ ଡିଏମୟୁ ଟ୍ରେନକୁ ମଧ୍ୟ ଅଟକ ରଖାଯାଇଥିଲା । କେନ୍ଦ୍ର ସରକାରଙ୍କର ଶ୍ରମିକଓ କୃଷକ ମାରଣ ନୀତି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ଶ୍ରମିକ ଆଇନ ସଂଶୋଧନ ବନ୍ଦ କରିବା ଓ ପ୍ରଚଳିତ ଶ୍ରମଆଇନକୁ କଡ଼ାକଡ଼ି ଭାବେ ପାଳନ କରିବା, ଠିକାକରଣ ଓ ଆଉଟସୋର୍ସିଂ ବନ୍ଦକରି ନିୟମିତ କର୍ମଚାରୀମାନଙ୍କ ପରି ଠିକା ଶ୍ରମିକଙ୍କୁ ମଜୁରୀ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଲାଗୁ କରିବା ସହିତ ସୁପ୍ରିମକୋର୍ଟ ସମାନ କାମକୁ ସମାନ ମଜୁରୀ ନିଷ୍ପତିକୁ କାର୍ଯ୍ୟକାରୀ କରିବା, ଅସଂଗଠିତ ଶ୍ରମିକମାନଙ୍କ କ୍ଷେତ୍ରରେ ଶ୍ରମିକଙ୍କ ସମେତ ସମସ୍ତ ଶ୍ରମଜୀବୀ ମେହନତି ଲୋକମାନଙ୍କ ପାଇଁ ଭବିଷ୍ୟତନିଧି, ସ୍ୱାସ୍ଥ୍ୟବୀମା, ସର୍ବନିମ୍ନ ମାସିକ ମଜୁରୀ ୨୧ ହଜାର ଟଙ୍କା, ସର୍ବନିମ୍ନ ପେନସନ ମାସିକ ୧୦ ହଜାର ଇତ୍ୟାଦି ସାମାଜିକ ସୁରକ୍ଷା କରିବା ସ୍କିମରେ ଯଥା ଅଙ୍ଗନୱାଡ଼ି, ଆଶା, ପାଚିକା ଇତ୍ୟାଦି କାର୍ଯ୍ୟକରୁଥିବା ୱାର୍କସମାନଙ୍କୁ ଶ୍ରମିକର ମର୍ଯ୍ୟାଦା ପ୍ରଦାନ କରି ସରକାରୀ ମାନ୍ୟତା ପ୍ରଦାନ କରିବା, ଆନ୍ତର୍ଜାତିକ ଶ୍ରମସଂସ୍ଥାର ୮୭ ଓ ୯୮ କନଭେନସନକୁ ସ୍ୱୀକୃତି ଦେବା, ୪୫ଦିନ ମଧ୍ୟରେ ଶ୍ରମ ସଂଗଠନକୁ ପଞ୍ଜିକରଣ କରିବା, ରେଳ, ପ୍ରତିରକ୍ଷା, ବୀମା ଓ ବ୍ୟାଙ୍କ ଇତ୍ୟାଦି କ୍ଷେତ୍ରରେ ପ୍ରତ୍ୟେକ ବିଦେଶୀ ପୁଞ୍ଜି ନିବେଶ ବନ୍ଦ କରିବା ସହ ପରିବହନ ସଂକ୍ରାନ୍ତୀୟ ନୂତନ ଆଇନକୁ ଫେରସ୍ତ ନେବା ଆଦି ବିଭିନ୍ନ ଦାବିନେଇ ଦେଶର ସମସ୍ତ ଟ୍ରେଡ ୟୁନିଅନଗୁଡ଼ିକ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିଲା । ସକାଳ ୬ଟା ସମୟରେ ଭଦ୍ରକରେ ବିଭିନ୍ନ କେନ୍ଦ୍ରିୟ ସଂଗଠନ ସହ ଏଆଇସିସିଟିୟୁ ଶ୍ରମିକ ସଂଗଠନ ପକ୍ଷରୁ ଶ୍ରମିକ ନେତା ସମର ବଳ, ସଂଗ୍ରାମ ବଳ, ଜୟନ୍ତୀ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ଦାସ, ରମାକାନ୍ତ ଦାସ, କିଶୋର ଜେନା, ଜଗନ୍ନାଥ ରଥ, ଶରତ ଜେନା, ଫକୀର ମଳିକ ଓ ଏଆଇଟିୟୁସି ପକ୍ଷରୁ ଶ୍ରମିକ ନେତା ରମେଶ ଜେନା, ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ପରମେଶ୍ୱର ବାରିକ, ବିମ୍ବାଧର ବାରିକ, ଭାବଗ୍ରାହୀ ଜେନା, ପ୍ରଭାକର ସାହୁ, ଉମାଶଙ୍କର ନାୟକ, ଧନେଶ୍ୱର ଦାସ, ପର୍ଶୁରାମ ସ୍ୱାଇଁ, ପୀତବାସ ସେଠୀ, ଅଭିମନ୍ୟୁ ଜେନା ପ୍ରମୁଖ ଶତାଧିକ ଶ୍ରମିକ ସଂଗଠନର କର୍ମକର୍ତାମାନେ ଚରମ୍ପା ରେଳଷ୍ଟେସନରେ ଡ଼ିଏମୟୁ ଟ୍ରେନ୍ ସମେତ ଅନ୍ୟାନ୍ୟ ଟ୍ରେନକୁ ଅଟକାଇଥିଲେ । ପରେ ଜାତୀୟ ରାଜପଥକୁ ଚରମ୍ପା, ନୂଆ ବସ୍ଷ୍ଟାଣ୍ଡ ଓ ବନ୍ତଛକ ଠାରେ ଅବରୋଧ କରାଯାଇଥିଲା । କାଲୁ ଖାଁ, ମଂଟୁ ମୁଣ୍ଡା, ରାଧା ଦାସ, ଚନ୍ଦ୍ରଶେଖର ନାୟକ, ଦିବ୍ୟସିଂହ ନାୟକ, ପ୍ରକାଶଜ୍ୟୋତି ମହାକୁଡ଼, ବୀର ଜେନା, ସନାତନ ଦାସ, ନିରଞ୍ଜନ ପାଣି, ନରେନ୍ଦ୍ର ଦାସ, ଜଗନ୍ନାଥ ରାଉତ, ସେକ ସଲାମ, ଅବଦୁଲ ସତାର, ଶାନ୍ତିଲତା ନାୟକ, ବୁଦ୍ଧିରାମ ଦାସ, ନବ ବେହେରା ପ୍ରମୁଖ ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବଜାର ବନ୍ଦ କରାଇଥିଲେ । ସେହିପରି ସମର ବଳ, ପରମେଶ୍ୱର ବାରିକ, ଶିବ ମହାନ୍ତି, ପ୍ରଫୁଲ୍ଲ ସାମଲ, ଗିରିଧାରୀ ନାଥ, ବିନୋଦ ସାହୁ, ପ୍ରମୋଦ ବାରିକ ପ୍ରମୁଖ ଟ୍ରେଡ ୟୁନିଅନ ଓ କଂଗ୍ରେସ ନେତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବନ୍ଦ କରାଇ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହିତ କୋର୍ଟ ଗେଟ ବନ୍ଦ କରି କୋର୍ଟ କାର୍ଯ୍ୟକୁ ବନ୍ଦ କରାଇଥିଲେ । ଜିଲ୍ଲା କୋର୍ଟର ସମସ୍ତ ମାଜିଷ୍ଟ୍ରେଟମାନେ କୋର୍ଟ ପରିସରକୁ ଯାଇନପାରି ଫେରିଥିଲେ । ପରେ ଦିବ୍ୟସିଂହ ନାୟକ, ଚନ୍ଦ୍ରଶେଖର ନାୟକ, ଗିରିଧାରୀ ନାଥ, ଜଗନ୍ନାଥ ରାଉତ, ଶୁଭେନ୍ଦୁ ମହାନ୍ତି ପ୍ରମୁଖ ବାଇପାସ ଯାଇ ଷ୍ଟେଟ ବ୍ୟାଙ୍କ, ପୂର୍ତ ବିଭାଗ କାର୍ଯ୍ୟାଳୟ, ସାଳନ୍ଦୀ ଜଳସେଚନ ବିଭାଗ କାର୍ଯ୍ୟାଳୟ, ଜିଲ୍ଲା ମୁଖ୍ୟ ଡାକଘର, ଜିଲ୍ଲା ଆୟକର ବିଭାଗ କାର୍ଯ୍ୟାଳୟ, ସମସ୍ତ ବ୍ୟାଙ୍କ, ବୀମା କାର୍ଯ୍ୟାଳୟ ଆଦିକୁ ବନ୍ଦ କରାଇଥିଲେ । କେନ୍ଦ୍ର ସରକାରଙ୍କ ଦରବୃଦ୍ଧି, ବେକାରୀ ବୃଦ୍ଧି, ଚାଷୀମାରଣ ନୀତି, ଅସଂଗଠିତ ଶ୍ରମିକଙ୍କୁ ଶୋଷଣ, ଦେଶର ରାଷ୍ଟ୍ରାୟାତ କଳକାରଖାନା ବନ୍ଦ, ଗାନ୍ଧୀଙ୍କ ଦେଶରେ ଜାତି ଧର୍ମ ନାମରେ ନାଗରିକ ସଂଶୋଧନ ବିଲକୁ ପ୍ରତିବାଦ କରି ବିଭିନ୍ନ ଟ୍ରେଡ ୟୁନିଅନ ପକ୍ଷରୁ ଏହି ବନ୍ଦ କରାଯାଇଥିଲା । ଏହାକୁ କଂଗ୍ରେସ ଦଳ ମଧ୍ୟ ସମର୍ଥନ କରିଥିଲା । ଶ୍ରମିକ ନେତା ରବି ଯେନା, ବାବୁ ଖାଁ, ସେକ ସଲାମ, ମଦନ ଘଡ଼େଇ, ନରହରି ବେହେରା, ଶିବା ସାହୁ, ମହିଳା ସମିତିର ସାଥୀ ଶୀଖା ମହାପାତ୍ର, ସୁମତୀ ନାୟକ, ବବି ସ୍ୱାଇଁ, କୁମୁଦିନୀ ସାମଲ, ଆଇନଜୀବି ନିଶିକାନ୍ତ ନାୟକ, ଶରତ ମହାକୁଡ଼, କଳ୍ପତରୁ ଜେନା, ରାମଚନ୍ଦ୍ର ନାୟକ ପ୍ରମୁଖ ବହୁ ଆଇନଜୀବି, ମହିଳା, ସିଟୁ, ଆଇଏନଟିୟୁସି, ଏଆଇଟିୟୁସି, ଏମଆଇସିସିଟିୟୁ, ଏଚ୍ଏମ୍ଏସ୍, ମିଳିତ ଶ୍ରମିକ କର୍ମଚାରୀ ଫେଡେରେସନ, ଅନ୍ୟାନ୍ୟ ଟ୍ରେଡ ୟୁନିଅନ କର୍ମକର୍ତା, କଂଗ୍ରେସ ଦଳର କର୍ମକର୍ତା ସାମିଲ ହୋଇ ବନ୍ଦ ପାଳନ କରିଥିଲେ ।
Related Stories
November 24, 2024
November 24, 2024