
ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଏସ. ଟିକରପଡା ଗ୍ରାମର ମହିଳା ସ୍ୱୟଂ ସହାୟିକା ସଂଘର ସଦସ୍ୟା ସୁମିତ୍ରା ଗୌଡ଼ ବ୍ୟାଙ୍କରୁ ୨୦୦୦୦ ଉଠାଇ ଆଣିଥିଲେ ଓ ତାଙ୍କ ଭେନିଟରେ ନଗଦ ୧୫୦୦୦ ମିଶାଇ ମୋଟ ୩୫୦୦୦ ଟଙ୍କା ଭେନିଟରେ ରଖି ଫେରୁଥିବା ସମୟରେ ନାଡୀଗାଁ ଛକ ନିକଟରେ କଳା ପଲସର ବାଇକରେ ଆସି ଭେନିଟ ଝାମ୍ପି ନେଇ ଯାଇଥିଲେ। ଘଟଣା ସ୍ଥଳରେ ବାଇକରୁ ପଡି ମହିଳା ଜଣକୁ ଆଘାତ ଲାଗିଥିଲା। ସେହି ସମୟରେ ଦିଗପହଣ୍ଡି ବିଡିଓ ହଳଧର ଶବର ଆସୁଥିବା ସମୟରେ ଏହି ଦୁର୍ଘଟଣା ଦେଖି ନିଜ ଗାଡ଼ିରେ ଆଘାତ ମହିଳା ଜଣକୁ ନେଇ ପ୍ରାଥମିକ ଚିକିତ୍ସା କରାଇଥିଲେ। ମହିଳାଙ୍କ ନାକ ଓ ପାଟିରୁ ଜୋରସେ ରକ୍ତସ୍ରାବ ହେବା କାରଣରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଂଚି ଘଟଣାର ତଦନ୍ତ କରିଛନ୍ତି।
ରିପୋର୍ଟ: ପ୍ରଫୁଲ୍ଲ ସାବତ।