ଭଦ୍ରକ – ଭଦ୍ରକ ଚରମ୍ପା ଠାରେ ବାପୁ ଫ୍ରେଣ୍ଡସ୍ କ୍ଲବ ଅନୂକୂଲ୍ୟରେ ଚାଲିଥିବା ବାପୁ ମୋମୋରିଆଲ ଟି-ଟ୍ୱେଂଟି କ୍ରିକେଟ ମ୍ୟାଚର ଫାଇନାଲ ମ୍ୟାଚରେ ତଳାଙ୍ଗର ଜେଏମସିଟି କ୍ଲବ ବାରିକ ଛକର କ୍ରେଜି ଇଲେଭେନକୁ ପରାସ୍ତ କରି ଚମ୍ପିୟାନ ହୋଇଛି । କ୍ରେଜି ଇଲେଭେନ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ଛାୟନ ସାହୁଙ୍କ ୭୧ ଓ ବିଭିଷଣ ସାହୁଙ୍କ ୫୧ରନ ବଳରେ ୨୦ଓଭରରେ ୫ୱିକେଟ ହରାଇ ୨୭୩ ରନ ସଂଗ୍ରହ କରିଥିଲା । ପ୍ରତିପକ୍ଷ ଦଳର ମାନା ନାୟକ ୩ଟି ୱିକେଟ ନେଇଥିଲେ । ଏହାର ଜବାବରେ ତଳାଙ୍ଗର ଜେଏମସିଟି ୧୯ ଓଭରରେ ୬ ୱିକେଟ ହରାଇ ୨୭୬ ରନ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ମାନସ ମହାଳିକ ୬୮ ଓ ମାନା ନାୟକ ୬୩ ରନ କରିଥିଲେ । ପ୍ରତିପକ୍ଷ କ୍ରେଜି ଇଲେଭେନର ସେକ ତନଭିର ୨ଟି ୱିକେଟ ନେଇଥିଲେ । ମାନା ନାୟକଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା । ଅସିତ ଦାସ ଓ ଈଶ୍ୱର ରାଓ ମ୍ୟାଚ ପରିଚାଳନା କରିଥିବାବେଳେ, ବିକ୍ରମ ଯାଦବ ସ୍କୋରର ଓ ଏସବି ସିମରନ ଭାଷ୍ୟକାର ଦାୟିତ୍ୱ ତୁଲାଇଥିଲେ । ମ୍ୟାଚ ଶେଷରେ ଯୁବନେତା ଶୁଭେନ୍ଦୁ ରାୟ ମହାପାତ୍ର, ରାଜକିଶୋର ଅଗ୍ରୱାଲ, ପଦ୍ମନାଭ ପଣ୍ଡା, ସୁବ୍ରତ ଦାସ, ମଦନମୋହନ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଚମ୍ପିୟନ ଓ ରନର୍ସ ଅପ ଦଳ, ଟୁର୍ଣ୍ଣାମେଂଟର ଶ୍ରେଷ୍ଠ ବ୍ୟାଟସମେନ, ଶ୍ରେଷ୍ଠ ବୋଲର, ମ୍ୟାନ ଅଫ ଦି ସିରିଜ ଖେଳୀୀଙ୍କୁ ଟ୍ରଫି ସହ ନଗଦ ଅର୍ଥରାଶୀ ପ୍ରଦାନ କରିଥିଲେ । ଶଶଧର ପଣ୍ଡା, ରଂଜିତ ଦାସ, ଭବାନୀ ମହାପାତ୍ର, ଟି. ଶିବା, ସୁଦୀପ୍ତ ପଟ୍ଟନାୟକ, ସନ୍ତୋଷ ସ୍ୱାଇଁ, ପ୍ରିୟବ୍ରତ ଛତର, ଟିକି ଖାନ ପ୍ରମୁଖ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ ।
Related Stories
December 2, 2024