
ଭୁବନେଶ୍ୱର, ଓଡିଶାବାସୀ ଜାଣିଛନ୍ତି ଓଡିଶାରେ ବିଜେପିର ସ୍ଥିତି କିଛି ନାହିଁ । ବିଜେଡ଼ି ତୃତୀୟ ପର୍ଯ୍ୟାୟ ପରେ ଲୋକଙ୍କ ଆଶିର୍ବାଦରେ ବହୁମତ ପାଇ ସାରିଛି ବୋଲି କହିଛନ୍ତି ବିଜେଡି ନେତା ଭି କେ ପାଣ୍ଡିଆନ ।
ସେହିପରି ଅମିତ ଶାହାଙ୍କ ଓଡିଶା ଗସ୍ତ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଓଡ଼ିଶାକୁ ବହୁତ ନେତା ମାନେ ଆସୁଛନ୍ତି , ଭଲ କଥା । ସେମାନଙ୍କୁ ସ୍ୱାଗତ , ହେଲେ ଓଡିଶା ଆସି ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି । ଏହାର ଜବାବ ଆଗାମୀ ଦିନରେ ଓଡ଼ିଶାବାସୀ ଦେବେ । ମତେ ଗାଳି କି ଆକ୍ରମଣ କଲେ କିଛି ପ୍ରଭାବ ପଡ଼ିବ ନାହିଁ । ମୁଁ ବହୁତ ଖୁସୀ ଅଛି । ମୋତେ ଯଦି ଗାଳି ଦେଲେ ତାହାର ଜବାବ ଓଡ଼ିଶାବାସୀ ଦେବେ । ଓଡିଶାର ସବୁ ଯୋଜନା ୫ଟିରେ ହେଉଛି ,ସେମାନେ ଏଇଟା ଜାଣିଛନ୍ତି । ମତେ ଗାଳି ଦେଲେ ଲୋକ ବୁଝିବେ ।
୨୦୧୯ ପରଠୁ ଓଡିଶାରେ ବହୁତ ଭଲ କାମ କରାଯାଇଛି । ୫ ଟି ଘୋଷଣା ପରେ ସବୁ କାମ ଭଲ ହୋଇଛି । କୋଭିଡ ବେଳେ ଓଡିଶାବାସୀ ମାଗଣା ଚିକିତ୍ସା ପାଇଛନ୍ତି । ଏହାସହ ଅନେକ ଯୋଜନା ଲୋକଙ୍କ ହୃଦୟକୁ ଛୁଇଁଛି । ଏବେ ସବୁ କିଛି ରୂପାନ୍ତରିକରଣ ହେଉଛି । ୫ଟି ଓ ମୋ ସରକାର ଦ୍ୱାରା କିପରି ଉପକୃତ ହେଉଛନ୍ତି ଲୋକଙ୍କଠୁ ମତାମତ ନେଲେ ସେମାନେ କହିବେ । ବିଜେଡ଼ି ଲୋକଙ୍କ ସରକାର ବୋଲି କହିଛନ୍ତି ଭି କେ ପାଣ୍ଡିଆନ ।