କୁଶୀନଗର, କେନ୍ଦ୍ର ଗୃହ ଏବଂ ସହକାରିତା ମନ୍ତ୍ରୀ ଅମିତ ଶାହ କୁଶୀନଗରରେ ଏକ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ଜୁନ 4ରେ ମୋଦିଙ୍କର, ବିଜେପିର ତଥା ଏନଡିଏର ବିଜୟ ସୁନିଶ୍ଚିତ ଅଟେ । ଜୁନ 4 ତାରିଖ ଦ୍ୱିପ୍ରହରରେ ଆପଣ ଦେଖିବେ ଯେ ରାହୁଲ ବାବାଙ୍କ ଲୋକ ପ୍ରେସ କନଫରେନ୍ସ କରିବେ ଏବଂ କହିବେ ଯେ, ଇଭିଏମ କାରଣରୁ ନିର୍ବାଚନ ହାରିଯାଇଛୁ । ପରାଜୟର ଦୋଷ ବି ଖଡଗେ ସାହେବଙ୍କ ଉପରକୁ ଯିବ ।
ଜୁନ 4ରେ ରାହୁଲ ବାବାଙ୍କ ପାର୍ଟି 40 ବି ପାର୍ କରିପାରିବନାହିଁ । କୁଶୀନଗରର ଉଦିତ ନାରାୟଣ ଡିଗ୍ରୀ କଲେଜରେ ସୋମବାର ବିଜୟ ଦୁବେଙ୍କ ସମର୍ଥନରେ ଆୟୋଜିତ ଜନସଭାରେ ଅମିତ ଶାହ କହିଛନ୍ତି ଯେ, ଜୁନ 4ରେ ରାହୁଲ ବାବାଙ୍କ ପାର୍ଟି 40 ବି ପାର୍ କରିପାରିବନାହିଁ ଏବଂ ଅଖିଳେଶ ବାବୁ 4 ବି ପାର୍ କରିପାରିବେ ନାହିଁ । ଦେଶର ଲୋକେ ସ୍ଥିର କରିଛନ୍ତି ଯେ, ଆଗାମୀ 5ବର୍ଷ ନରେନ୍ଦ୍ର ମୋଦି ହିଁ ପ୍ରଧାନମନ୍ତ୍ରୀ ରହିବେ ।