
ଭବାନୀପାଟଣା, ଆଜି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କାଣୀଗୁମା ପଂଚାୟତର ପି.ଇ.ଓ. ସନ୍ୟାସୀ ନାୟକ ଏମ.ଜି.ଏନ.ଆର.ଇ.ଜି.ଏସ. କାମର ଏମ.ଆର. ଇତ୍ୟାଦି ପ୍ରସ୍ତୁତ କରିବା ଏବଂ ବିଲ ପଇଠ ବାବଦକୁ ଦଶ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ। କୋରାପୁଟ ଭିଜିଲାନ୍ସ କେଶ ନଂ ୧୦/୨୦୨୪ ୟୁ/ଏସ୭ପିସି ରେ ରେଜିଷ୍ଟ୍ରେସନ କରିବା ସହ ଅଭିଯୁକ୍ତ ପିଇଓ ସନ୍ୟାସୀ ନାୟକଙ୍କ ଭବାନୀପାଟଣା ସ୍ଥିତ ଘର ସହ ତିନି ଗୋଟି ସ୍ଥାନରେ ଚଢଉ କରାଯାଇଛି।