କୋଲକାତା ,ବାଙ୍ଗଲାଦେଶର ସାଂସଦ ଅନବାରୁଲ ଅଜିମ ଅନାରଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତରେ ଚମକାଇ ଦେବା ଭଳି ସୂଚନା ସାମ୍ନାକୁ ଆସିଛି । ଏବେ ପଶ୍ଚିମବଙ୍ଗ ସିଆଇଡି ହତ୍ୟା ପଛରେ ହନି ଟ୍ରାପ୍ ର ଆଶଙ୍କା କରିଛି ।
ସିଆଇଡି ଜୋର୍ ଦେଇଛି ଯେ, ହତ୍ୟା ପୂର୍ବରୁ ବାଙ୍ଗଲାଦେଶର ସାଂସଦଙ୍କୁ ସୌନ୍ଦର୍ଯ୍ୟର ଜାଲରେ ଫସାଇ ଡକା ଯାଇଥିଲା । ସେଠାରେ ପହଂଚିବା ପରେ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ଯଦିଓ ଏହା ପୂର୍ବରୁ ସାଂସଦଙ୍କ ହତ୍ୟା ପଛରେ ବନ୍ଧୁଙ୍କ ହାତ ଥିବା କହିଥିଲା ସିଆଇଡି । ସିଆଇଡିର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଅନାରଙ୍କୁ ହତ୍ୟା କରିବା ପାଇଁ ତାଙ୍କର ଜଣେ ବନ୍ଧୁ ୫ କୋଟି ଟଙ୍କା ସୁପାରି ଦେଇଥିଲା ।
ଗୁରୁବାର ସଂନ୍ଧ୍ୟାରେ ପୋଲିସ ପଚରା ଉଚୁରା ପାଇଁ ଜଣେ ବ୍ୟକ୍ତିକୁ ହେପାଜତକୁ ନେଇଥିଲା । ତାକୁ ରାତି ତମାମ ପଚରା ଉଚରା କରାଯାଇଥିଲା । ଶୁକ୍ରବାର ସିଆଇଡି ସୂତ୍ରରୁ କୁହାଯାଇଛି ଯେ, ସାଂସଦଙ୍କୁ ଜଣେ ମହିଳା ପ୍ରଲୋଭନ ଦେଖାଇ ନ୍ୟୁ ଟାଉନ ର ଏକ କୋଠାକୁ ନେଇ ଯାଇଥିଲା । ଏହାପରେ ଭଡ଼ାରେ ନେଇଥିବା ଗୁଣ୍ଡାଙ୍କ ଦ୍ଵାରା ତାଙ୍କର ହତ୍ୟା କରାଯାଇ ଥାଇପାରେ ।