
ଜୟପାଟଣା – ଜୟପାଟଣା ଅଂଚଳରେ ଗ୍ରାମାଂଚଳର ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ଶିକ୍ଷା କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ରଖି ଆସିଥିବା ଆଇ.ଟି.ସି.ଟି କେନ୍ଦ୍ର ୧୦ ବର୍ଷ ପୂର୍ତି ଅବସରରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଏକ ପ୍ରତିଯୋଗିତାର ଆୟୋଜନ କରାଯାଇ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଆୟୋଜିତ ପୁରସ୍କାର ବିତରଣ ସମାରୋହରେ ପଂଚାୟତ ସମିତି ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାଉତ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିବାବେଳେ ସାମ୍ବାଦିକ ଶେଷଦେବ ବେହେରା ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀମାନେ କମ୍ପ୍ୟୁଟର ଶିକ୍ଷାକୁ ଗୁରୁତ୍ୱ ଦେଇ ତାରି ମାଧ୍ୟମରେ ସ୍ୱାବଲମ୍ବୀ ହେବା ପାଇଁ ନିବେଦନ କରିଥିଲେ । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମନୋଜ ମୁଣ୍ଡ, ଦିବାକର ପଟ୍ଟନାୟକ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିବାବେଳେ ସିଦ୍ଧାର୍ଥ ମିଶ୍ର ଅଧ୍ୟକ୍ଷତା କରି କୃତୀ ଛାତ୍ରଛାତୀଙ୍କୁ ପୁରସ୍କୃତ କରିଥିଲେ ।