
କେନ୍ଦ୍ରାପଡ଼ା- ମହାମô୍ାଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳନ କରାଯାଉଥିବାବେଳେ ରାଜ୍ୟ ସରକାର ଏହାକୁ ସ୍ମରଣୀୟ ଭାବେ ପାଳନ କରୁଛନ୍ତି । ଗାନ୍ଧିଙ୍କ ନୀତିକୁ ସାରା ବିଶ୍ୱ ଆଦରି ନେଉଥିବାବେଳେ ବିଜେପି ସରକାର ଗାନ୍ଧିଙ୍କ ଭାବଧାରାକୁ କାର୍ଯ୍ୟକାରୀ କରିବାକୁ ଅଭିନବ ପ୍ରୟାସ ଜାରି ରଖିଛି । ସେହିପରି କେନ୍ଦ୍ରାପଡାରେ ଗାନ୍ଧିଙ୍କ ପଦଯାତ୍ରାର ସ୍ମୃତିକୁ ଜନମାନସରେ ଜାଗ୍ରତ ରଖିବା ଏବଂ ୧୫୦ ବର୍ଷ ପୂର୍ତିକୁ ଯଥା ସମ୍ମାନ ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ଉଦ୍ୟମ କ୍ରମେ ଗାନ୍ଧିଜୀ ରାତ୍ରୀଯାପନ କରିଥିବା ଗରାପୁରସ୍ଥିତ ପୂର୍ତ ଡାକବଙ୍ଗଳାକୁ ଗାନ୍ଧିଭବନ କରାଯିବ ବୋଲି ପୂର୍ତ, ଖଣି, ଇଷ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗରାପୁର ଡାକବଙ୍ଗଳାରେ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କିପରି ଏକ ମହତ୍ କାର୍ଯ୍ୟକୁ ସମ୍ମତି ପ୍ରଦାନ କରିବେ ବୋଲି ଉପସ୍ଥିତ କେନ୍ଦ୍ରାପଡାବାସୀଙ୍କ ସମ୍ମୁଖରେ ମନ୍ତ୍ରୀ ଶ୍ରୀ ସାମଲ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଏହି ଘୋଷଣା କରିବାପରେ ଉପସ୍ଥିତ ବ୍ୟକ୍ତିମାନେ ସମର୍ଥନ କରିଥିଲେ । ମନ୍ତ୍ରୀ ଶ୍ରୀ ମଲ୍ଲିକ, ବିଧାୟକ ଶ୍ରୀ ବେହେରା, ରାଜନଗର ବିଧାୟକ ଧ୍ରୁବ ସାହୁ, ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ଡାକବଙ୍ଗଳା ପରିସର ବୁଲି ଦେଖିଥିଲେ । ଡାକବଙ୍ଗଳାର ଦକ୍ଷିଣ ପଟରେ ପୂର୍ତ ବିଭାଗ ସେକ୍ସନ୍ ଅଫିସ୍ ପୂର୍ବବତ୍ କାର୍ଯ୍ୟ କରିବ । ଅବଶିଷ୍ଟ ଜମିରେ ଥିବା ଡାକବଙ୍ଗଳାକୁ ଗାନ୍ଧି ଭବନରେ ପରିଣତ କରାଯିବ । ଗାନ୍ଧି ଛାଡିଯାଇଥିବା ସ୍ମୃତିକୁ ଏହି ଭବନରେ ସାଇତି ରଖାଯିବ ବୋଲି ବିଧାୟକ ଶ୍ରୀ ବେହେରା ସୂଚନା ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଡକ୍ଟର ସିପ୍ରା ମଲ୍ଲିକ ଯୋଗଦେଇ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ଗାନ୍ଧି ପଦଯାତ୍ରା ପରିଷଦ ଅଧ୍ୟକ୍ଷ ଭଜକୃଷ୍ଣ ରାଉତ, ପ୍ରାକ୍ତନ ଅଧ୍ୟକ୍ଷ ଅଜୟ ସାମଲ, ଜିଲ୍ଲା ପରିଷଦ ସଭାପତି ମାନସ ପରିଡା, କେନ୍ଦ୍ରାପଡା ପଂଚାୟତ ସମିତି ଅଧ୍ୟକ୍ଷ ଅନାମବଂଧୁ ଧଳ, ରାଜେଶ ପଣ୍ଡା, ଦେବଦାସ ମହାନ୍ତି, ଶ୍ରୀକାନ୍ତ ପଣ୍ଡା, ବିଜୟ ପତି, ପରିକ୍ଷିତ ପାତ୍ର, ଶିବପ୍ରସାଦ ଭଳ, ଆଲୋକ ସାହୁ, ହିରଣ୍ୟ ପଣ୍ଡା, ଧୀରେନ୍ ସାହୁ, ପ୍ରକାଶ ପରିଡା, ସ୍ନେହପ୍ରଭା ତ୍ରିପାଠୀ, ଶକ୍ତିକାନ୍ତ ପାତ୍ର, ରବିନ୍ଦ୍ର ପଣ୍ଡା ସମେତ ଶହ ଶହ କର୍ମୀ ଉପସ୍ଥିତ ଥିଲେ । ପରେ ପରେ ମନ୍ତ୍ରୀ ନିକଟସ୍ଥ ଗରାପୁର ପ୍ରାଥମିକ ବିଦ୍ୟାଳୟକୁ ଯାଇ ସଜନା ଏବଂ ଅମୃତଭଣ୍ଡା ଚାରା ରୋପଣ କରିଥିଲେ ।