ମୁମ୍ବାଇ, ଘାଟକୋପର ହୋର୍ଡିଂ ଅଘଟଣରେ ରେସକ୍ୟୁ ଅପରେସନ ଶେଷରେ ସମାପ୍ତ ହୋଇଛି । ଏହି ଦୁର୍ଘଟଣାରେ ପ୍ରାୟ 16ଜଣଙ୍କ ମୃତ୍ୟୁ ହୋଇଛି । ମୁମ୍ବାଇ ନଗର ନିଗମ କମିଶନର ଭୂଷଣ ଗଗରାନୀ ଏହି ସୂଚନା ଦେଇଛନ୍ତି ।
ଗଗରାନୀଙ୍କ ମୁତାବକ ଘାଟକୋପର ହୋର୍ଡିଂ ଦୁର୍ଘଟଣା ପରେ ଗତ 3ଦିନରୁ ଏନଡିଆରଏଫ ଯବାନ ସେନସର ଓ ଡଗ୍ ଟିମ୍ ସହାୟତାରେ ତଲାସୀ ଅଭିଯାନ ଜାରି ରଖିଥିଲେ । ଏହି ଦୁର୍ଘଟଣାରେ ଦୁର୍ଭାଗ୍ୟବଶତଃ 16ଜଣଙ୍କ ମୃତ୍ୟୁ ହୋଇଛି । ଏହି ରେସକ୍ୟୁ ଅପରେସନ ଏବେ ଶେଷ ହୋଇଛି । ଏହି ଅଭିଯାନ ପାଇଁ 60ଘଂଟା ଲାଗିଥିଲା । ଏହି ରେସକ୍ୟୁ ଅପରେସନରେ ମୁମ୍ବାଇ ମହାନଗର ନିଗମ, ମୁମ୍ବାଇ ପୋଲିସ, ଏମଏମଆରଡିଏ, ଏନଡିଆରଏଫ, ମହାନଗର ଗ୍ୟାସ ସମନ୍ୱୟ ରଖି ରେସକ୍ୟୁ ଅପରେସନ ଶେଷ କରିଛନ୍ତି ।