
ଉନ୍ନାୱ, କାନପୁର କିଦଭଇ ନଗର ବଗାହି ଭଟ୍ଠା ବାସିନ୍ଦା ଚାରି ଜଣେ ଛାତ୍ର ରବିବାର ଗଙ୍ଗା ସ୍ନାନ କରିବାକୁ ରେଲୱେ ପୋଲ ତଳେ ପହଂଚିଥିଲେ । ତେବେ ଗାଧେଇବା ବେଳେ 4ଜଣ ଛାତ୍ର ବୁଡିଯାଇଥିଲେ । ଏହାପରେ କୂଳରେ ଉପସ୍ଥିତ ଥିବା ଲୋକେ 3ଜଣଙ୍କୁ ବାହାର କରିଥିଲେ । ତେବେ ଜଣେ ଛାତ୍ର ଗଭୀର ପାଣିରେ ବୁଡିଯାଇଥିବା ସୂଚନା ମିଳିଛି । ସେଠାରେ ଉପସ୍ଥିତ ଥିବା ଗାର୍ଡ ନିଖୋଜ ଛାତ୍ରର ତଲାସୀ କରୁଛନ୍ତି ।