ଭୁବନେଶ୍ୱର, ଆଜି ନିଟ୍ ପରୀକ୍ଷା । ଏମବିବିଏସ୍ ଏବଂ ବିଡିଏସ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା ଦ୍ବାରା ପରିଚାଳିତ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା-୨୦୨୪ ଆଜି ଦେଶର ୫୫୭ଟି ଓ ବିଦେଶର ୧୪ଟି ସହରରେ ଅନୁଷ୍ଠିତ ହେବ। ନିଟ୍ ପାଇଁ ଓଡ଼ିଶାରେ ପରୀକ୍ଷା କେନ୍ଦ୍ର କରାଯାଇଛି। ପରୀକ୍ଷା ଅପରାହ୍ଣ ୨ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୨୦ ମିନିଟ ପର୍ଯ୍ୟନ୍ତ ଚାଲିବ।
ଚଳିତ ବର୍ଷ ନିଟ୍ ପରୀକ୍ଷା ଦେବା ପାଇଁ ୨୪ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି। ଓଡ଼ିଶାରେ ୧ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ନିଟ୍ ପରୀକ୍ଷା ଦେବେ ।