
ଭୁବନେଶ୍ୱର/ଜଳେଶ୍ଵର, ବିଜେଡ଼ି ଛାଡ଼ିଲେ ବାଲେଶ୍ୱର ଜିଲ୍ଲା ଯୁଗ୍ମ ସଂପାଦକ ରାଜେଶ କୁମାର ଖଟୁଆ । ଜିଲ୍ଲା ଯୁଗ୍ମ ସଂପାଦକ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରାଜେଶ । ସେ ଜିଲ୍ଲା ସଭାପତିଙ୍କୁ ଚିଠି ଲେଖି ଦଳରୁ ଇସ୍ତଫା ଦେଇଛନ୍ତି । ଦଳ ଛାଡିବା ପରେ ସେ କହିଛନ୍ତି ଯେ, ଦଳ ନୀତି ନୈତିକତା ହରାଇଛି, ତେଣୁ ବିଜେଡ଼ିରେ ଭଲ ନେତାଙ୍କ ସ୍ଥାନ ନାହିଁ । ତେଣୁ ଦଳ ଛାଡ଼ିଥିବା କହିଛନ୍ତି ।