ଭୁବନେଶ୍ୱର/ମହାକାଳପଡ଼ା, କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକର ବନ୍ଧପଡା ଗ୍ରାମରେ ଅଘଟଣ । ଲୁଣା ନଦୀରେ ଗାଧୋଉଥିବା ସମୟରେ ଦୁଇଜଣ ଛାତ୍ରୀ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି । ଅନ୍ୟଜଣେ ଏବେବି ନିଖୋଜ । ନିଖୋଜ ନବମ ଶ୍ରେଣୀର ଛାତ୍ରୀ ବନ୍ଧପଡା ଗ୍ରାମର ଅଭିଲିପ୍ସା ବେହେରା । ଅଗ୍ନିଶମ ବାହିନୀ ଓ ଗ୍ରାମବାସୀଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି