କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଚାରିଧାମ ମଧ୍ୟରେ ଶ୍ରେଷ୍ଠ ଧାମ ଶ୍ରୀକ୍ଷେତ୍ର |ରାଜ୍ୟ ସରକାର ପୁରୀର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ଏବଂ ଯୋଜନା ମାଧ୍ୟମରେ ବିକାଶ କରୁଛନ୍ତି |ହେଲେ ବିଡମ୍ବନା ର ବିଷୟ ପୁରୀରେ ଫନି ବାତ୍ୟା ପରଠାରୁ ଅଧିକାଂଶ ସିସି ଟିଭି କ୍ୟାମେରା କାର୍ଯ୍ୟ କରୁନାହିଁ |ସୂଚନା ଅନୁସାରେ ଶୁକ୍ରବାର ଅପରାହ୍ନ ସମୟରେ ଜଣେ ବ୍ୟକ୍ତି ନିଜର ମୋଟର ସାଇକେଲ ନେଇ ଶ୍ରୀମନ୍ଦିର ପଟରୁ ଗୁଣ୍ଡିଚା ମନ୍ଦିର ଯାଉଥିବା ବେଳେ ମେଡିକାଲ ଛକ ଟ୍ରାଫିକ ଛକ ନିକଟରେ ଭିଆଇପି ରୋଡ଼ ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ଘରୋଇ ଆର୍ଟିଗା କାର ଦୃଘଟଣା ଘଟାଇ ଘଟଣା ସ୍ଥଳରୁ ଦ୍ରୁତ ଗତିରେ ପଳାଇ ଯାଇଥିଲା | କାର ଟିର ସବିଶେଷ ତଥ୍ୟ ଜାଣିବା ପାଇଁ ଚେଷ୍ଟା କରିବା ବେଳେ ଜଣା ପଡିଲା ଯେ ଦୀର୍ଘ ଦିନ ଧରି ମେଡିକାଲ ଛକ ସ୍ଥିତ ସମସ୍ତ ସିସିଟିଭି କ୍ୟାମେରା ଅଚଳ ହୋଇ ରହିଛି |ଘଟଣା ସ୍ଥଳରେ କାର୍ଯ୍ୟରତ ଟ୍ରାଫିକ ଅଫିସର କହିଥିଲେ ସିସିଟିଭି ଦୀର୍ଘ ସମୟ ଧରି ଅଚଳ ହୋଇ ରହିଛି |ଦୃଘଟଣା ଶିକାର ବ୍ୟକ୍ତି ଜଣକ ଟ୍ରାଫିକ ଥାନାରେ ପହଞ୍ଚି ଥାନା ଅଧିକାରୀ ସଂଗୀତା ଦାଶ ମାଡାମଙ୍କ ସହିତ ମୋବାଇଲ ଫୋନ ମାଧ୍ୟମରେ ଅଭିଯୋଗ ପରେ ସେ କହିଥିଲେ କି ଫନି ପରଠାରୁ ଏହି ସିସିଟିଭି ଗୁଡିକ ଅଚଳ ହୋଇଯାଇଛି |ଏଠି ପ୍ରଶ୍ନ ଉଠୁଛି ପୁରୀକୁ ଦେଶ ବିଦେଶ ରୁ ଲକ୍ଷାଧିକ ଭକ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ଦର୍ଶନ କରିବାକୁ ଆସୁଛନ୍ତି ହେଲେ ପୁରୀ ସହରର ବ୍ୟସ୍ତ ବହୁଳ ସ୍ଥାନ ମେଡିକାଲ ଟ୍ରାଫିକ ଛକ ହୋଇଥିବା ବେଳେ ସେଠାରେ କୌଣସି ସିସିଟିଭି କାମ କରୁନାହିଁ ଏବଂ ଅନେକ ସମୟରେ ଘଟୁଥିବା ଦୃଘଟଣା ରେ ସିସିଟିଭି କ୍ୟାମେରା ଅଭାବରୁ ସଠିକ ତଦନ୍ତ ହୋଇପାରୁନାହିଁ |ଆଗକୁ ରଥଯାତ୍ରା ରହିଛି ତେଣୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ଏଥିପ୍ରତି ଜିଲ୍ଲା ପ୍ରଶାସନ ତରଫରୁ ଅଧିକ ରୁ ଅଧିକ ସ୍ଥାନରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଉ
Related Stories
October 10, 2024