
ଭଦ୍ରକ- ରାଜ୍ୟ ସରକାର ‘କାଳିଆ’ େଯାଜନାକୁ କାଛା କରିବାର ପ୍ରତିବାଦରେ ସଂଗଠନର ରାଷ୍ଟ୍ରୀୟ ସଂେଯାଜକ ଅକ୍ଷୟ କୁମାର ଗତ ଡିସେମ୍ବର ୨୬ ରୁ ଅନିଦ୍ର୍ଧିଷ୍ଟ କାଳ ପର୍ଯ୍ୟନ୍ତ କରିଥିବା ଅନଶନର ସମର୍ଥନରେ ଆଜି ନବନିର୍ମାଣ କୃଷକ ସଂଗଠନ ଭଦ୍ରକ ଶାଖା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏହି ଧାରଣାରେ ଜିଲାର ବିଭିନ୍ନ ପଂଚାୟତରେ ସରକାରଙ୍କ ବିବିଧ େଯାଜନାରୁ ବଂଚିତ ଥିବା ଲୋକମାନେ ସାମିଲ ହୋଇଥିଲେ। ପରେ ଏହି ଜିଲାରେ ବାତ୍ୟା ‘ବୁଲ୍ବୁଲ୍’ କ୍ଷୟକ୍ଷତିର ଆକଳନ ସରିଥିଲେ ମଧ୍ଯ ଚାଷୀମାନେ ସେମାନଙ୍କର ସହାୟତା ରାଶିରୁ ବଂଚିତ ହୋଇଛନ୍ତି। କାଳିଆ େଯାଜନାରେ ମଧ୍ଯ ପ୍ରକୃତ ଚାଷୀମାନଙ୍କୁ ଚିହ୍ନଟ କରି ତୁରନ୍ତ ସେମାନଙ୍କୁ ଉକ୍ତ ଟଙ୍କା ପ୍ରଦାନ କରାଯିବା ସହ କାଳିଆ େଯାଜନାରେ ଟଙ୍କା ଦିଆଯାଉ ବୋଲି ଦାବି କରିଥିଲେ। ପ୍ରତ୍ୟେକ ପଂଚାୟତରେ ଗୋଟିଏ ସ୍ଥାୟୀ ଶସ୍ୟ ମଣ୍ଡି ଏବଂ ଗୋଟିଏ ବୃହତ୍ ଶସ୍ୟାଗାର ସ୍ଥାୟୀ ଭାବରେ ସ୍ଥାପନ କରାଯିବା, ଜଳସେଚନ ବ୍ୟବସ୍ଥାରେ ଠିକାଦାରୀ ଉଚ୍ଛେଦ କରି ଗ୍ରାମ୍ୟ କମିଟିର ପରାମର୍ଶରେ ଏବଂ ଆବଶ୍ୟକତାକୁ ଆଖô ଆଗରେ ରଖô କାର୍ଯ୍ୟ କରାଯିବା, ପାଣି ପଂଚାୟତ ଗୁଡିକ ରାଜନୈତିକ ଦଳ କବଳରୁ ମୁକ୍ତ ହେବା ସହ ଡ୍ରେନେଜ୍ କାର୍ଯ୍ୟ ଆଦୌ ନକରି ଖୁବ୍ କମ୍ ପାଉଣା (ବିଲ୍) ପାଉଥିବାରୁ ତାର ଉପଯୁକ୍ତ ତଦନ୍ତ, ଧାନ ବିକ୍ରି ସମୟେ ଟୋକନ୍ ବ୍ୟବସ୍ଥାର ବ୍ୟବହାରିକ ତଥା ଆଂଚଳିକ ଆବଶ୍ୟକତା ଅନୁଯାୟୀ ପରିବର୍ନର ବ୍ୟବସ୍ଥା, ଚାଷୀମାନେ ବୀମା କରିଥିଲେ ମଧ୍ଯ ତଦ୍ ଜନିତ କ୍ଷତିର ଭରଣା ନପାଉଥିବାରୁ ପୋକ ଲାଗିଲେ, ମରୁଡି ଓ ବନ୍ୟା ହେଲେ ସ୍ଥାନୀୟ ତହସିଲ, ଆର.ଆଇ. ଓ କୃଷି ବିଭାଗ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ ଅନୁସନ୍ଧାନ ଦିଗରେ କୁଣ୍ଠା ପ୍ରକାଶ କରୁଥିବାରୁ ସେ ଦିଗରେ ଉଚିତ୍ ଧ୍ଯାନ ଦିଆଯିବା ସହ ଜିଲା ତଥା ବ୍ଲକ୍ ଅଧୀନରେ ଥିବା ସମସ୍ତ କାର୍ଯ୍ୟାଳୟରେ ଚାଷୀର ସମସ୍ୟାର ସମାଧାନ ପାଇଁ ଏକ ଚେୟାର ସଂରକ୍ଷିତ ରଖôବା ଭଳି ଦାବି ନେଇ ଆଜି ସଂଗଠନ ପକ୍ଷରୁ ଜିଲା ସଂେଯାଜକ ତ୍ରିଲୋଚନ ପଣ୍ଡା, ସହ ସଂେଯାଜକ ସତ୍ୟରଂଜନ ନାୟକ, ରବିନ୍ଦ୍ର ପଣ୍ଡା, ଗଗନ ମହାନ୍ତି, କୃଷ୍ଣଚନ୍ଦ୍ର ବିଶ୍ବାଳ, ପୀତବାସ ମହାନ୍ତି, ବିବେକାନନ୍ଦ ଜେନା ଓ ଭାଗବତ ମଲ୍ଳିକ ପ୍ରମୁଖ ଜିଲାପାଳଙ୍କ ଠାରେ ଦାବି କରିଥିଲେ। ଏବଂ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO