
ବ୍ରହ୍ମପୁର-ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ତରଫରୁ ଶ୍ରୀକ୍ଷେତ୍ରରେ ଜଗତ କଲ୍ୟାଣ ନାମ ସଙ୍କୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି ।ସଂଘର କଳାକାର ମାନେ ଆଜି ପ୍ରତ୍ୟୁଷରୁ ଶ୍ରୀ ଶ୍ରୀ ପରମହଂସ ମହାରାଜଙ୍କ ପୌରୋହିତ୍ୟରେ ବାଲାଜିପେଣ୍ଠ ଗଉଡ ସାହି ରାଧାକୃଷ୍ଣ ମନ୍ଦିର ପରିସରରୁ ନାମ ସଙ୍କୀର୍ତ୍ତନ ଶୋଭାଯାତ୍ରା ବାହାରି ନଗର ପରିକ୍ରମା ସହ ହନୁମାନ ବଜାର ଠାରୁ ବସ୍ ଯୋଗେ ପୁରୀ ସହର ଠାରେ ପହଞ୍ଚିଥିଲେ । ସେଠାରେ ଗୁଣ୍ଡିଚା ମନ୍ଦିର ଠାରୁ ପଦଯାତ୍ରାରେ ଶ୍ରୀ ନୃସିଂହ ମନ୍ଦିର, ରାମକୃଷ୍ଣ ମିଶନ, ଭକ୍ତ ସାଲବେଗ ମନ୍ଦିର, ଶ୍ରୀନଅର ଦେଇ ବଡ଼ ଦେଉଳରେ ପ୍ରବେଶ କରିଥିଲେ । ଶ୍ରୀ ବିଗ୍ରହ ସମ୍ମୁଖରେ ଜଗତ କଲ୍ୟାଣ ପ୍ରାର୍ଥନା କରି ବେଢ଼ା ମଧ୍ୟରେ ନାମ ସଙ୍କୀର୍ତ୍ତନ କରିଥିଲେ । ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଅଖଣ୍ଡ ନାମ ସଙ୍କୀର୍ତ୍ତନ ସ୍ଥାନୀୟ ଗୌଡ ସାହି ରାଧାକୃଷ୍ଣ ମନ୍ଦିର ପରିସରରେ ଉଦଯାପିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଲକ୍ଷ୍ମୀ ନାରାୟଣ ସାମଲ, ଭଗବାନ ସାମଲ, ସନିଆ ବେହେରା, ଭଗବତ ଚରଣ ଜେନା, ଶିବରାମ ସାବତ, ପ୍ରଦୀପ କୁମାର ସାହୁ, ମନୋଜ କୁମାର ଦାଶ, କୁନୁ ବେହେରା, ମିଟୁ ମହାଙ୍କୁଡ଼, ତ୍ରିଲୋଚନ ସ୍ବାଇଁ, ଦେବେନ୍ଦ୍ର ପାତ୍ର, ମହେନ୍ଦ୍ର କୁମାର ସାହୁ, ସୀମାଞ୍ଚଳ ଖଟେଇ ପ୍ରମୁଖ ସଂଘର କଳାକାର ସଦସ୍ୟ ମାନେ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ଆୟୋଜିତ ଜଗତ କଲ୍ୟାଣ ନାମ ସଙ୍କୀର୍ତ୍ତନ ମାଧ୍ୟମରେ ସଙ୍କୀର୍ତ୍ତନ ଲୋକକଳାର ପ୍ରସାର, ଆଧ୍ୟାତ୍ମିକ ବାତ୍ତାବରଣ ସୃଷ୍ଟି, କଳାକାର ମାନଙ୍କ ସମେତ ଜଗତ କଲ୍ୟାଣ ବାଞ୍ଛା ରହିଥିବା ହେତୁ ସଂପୃକ୍ତ କଳାକାର ମାନଙ୍କୁ ସଂଘ କାର୍ଯ୍ୟକାରୀ କମିଟିର ପ୍ରମୁଖ ସଦସ୍ୟ ବଳଦେବ ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିବା ପରେ ଜଗତ କଲ୍ୟାଣ ନାମ ସଙ୍କୀର୍ତ୍ତନ ଉଦଯାପିତ କରାଯାଇଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO