
ପୁରୀ, ପୁରୀ ଲୋକସଭା ଆସନରୁ ବିଜେଡ଼ିର ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଆଜି ନିର୍ବାଚନ ପ୍ରଚାର ବେଳେ ଅସୁସ୍ଥ ହୋଇପଡିଛନ୍ତି । ଆଜି ମଧ୍ୟାହ୍ନରେ ପିପିଲି ହାଟଛକ ଠାରେ ଖୋଲାଗାଡିରେ ରାଲିରେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ଭୀଷଣ ଖରା ଯୋଗୁଁ ସେ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ପ୍ରଥମେ ପିପିଲି ଡାକ୍ତରଖାନା ଏବଂ ପରେ ଅଧିକ ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।