ଚମ୍ପୁଆ,ଚମ୍ପୁଆରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ପ୍ରଶାସନର ବୈମାତୃକ ମନୋଭାବ ଯୋଗୁଁ ଆଗାମୀ ବିଧାନସଭା ନିର୍ବାଚନରେ ଚମ୍ପୁଆ ଅଞ୍ଚଳର ୨୦ରୁ ଅଧିକ ସଂଗଠନ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସମସ୍ତ ସଂଗଠନ ତରଫରୁ ମିଳିତ ଭାବରେ ଚମ୍ପୁଆ ଉପଜିଲ୍ଲାପାଳଙ୍କ ଜରିଆରେ ନିର୍ବାଚନ କମିଶନ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କୁ ଅବଗତ କରି ସାରିଛନ୍ତି। ତେବେ ଆଜି ଏହି ଆନ୍ଦୋଳନରେ ଚମ୍ପୁଆ ଅଞ୍ଚଳର ବହୁ ପୁରାତନ ମର୍ଣ୍ଣିଙ୍ଗ କ୍ଲବ ସାମିଲ ହୋଇଥିବା ଜଣାପଡିଛି। କ୍ଲବର କର୍ମକର୍ତ୍ତା ମାନେ ଆଜି ଠାରୁ ଏହି ଆନ୍ଦୋଳନରେ ସାମିଲ ହୋଇ ଭୋଟ ବର୍ଜନ ନିଷ୍ପତ୍ତିକୁ ଅଧିକ ସକ୍ରିୟ କରିବାକୁ ନିଷ୍ପତ୍ତି ନେଇଥିବା ଜଣାଯାଇଛି।
Related Stories
December 9, 2024