କୋଲକାତା– ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ରାଜପଥ ରେଡ ରୋଡରେ ଗୁରୁବାର ସକାଳେ ଇଦର ନମାଜ ପାଠ କରାଯାଇଛି । ଏଥିରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ସାମିଲ ହୋଇଥିଲେ । ଖାସ୍ କଥା ହେଉଛି ଏହି ଧାର୍ମିକ ପର୍ବରେ ସାମିଲ ହୋଇ ମମତା ବାନାର୍ଜୀ ରାଜନୈତିକ ଆଲୋଚନା କରିଥିଲେ । ନମାଜ ମଂଚରୁ ମମତା କହିଥିଲେ ଯେ, ଏଥର ଲୋକସଭା ନିର୍ବାଚନରେ ମୁସଲିମ ସମୁଦାୟର ଗୋଟିଏ ବି ଭୋଟ କୌଣସି ଅନ୍ୟ ଦଳକୁ ନଯିବା ଆବଶ୍ୟକ ।
ମମତା ବାନାର୍ଜୀ କହିଥିଲେ, ‘ଇଦ୍ ମୁବାରକ୍’ । ଏହା ଖୁସିର ଇଦ୍ ଅଟେ । ଏହା ଶକ୍ତି ଦେବାର ଇଦ ଅଟେ । ଏହି ଇଦକୁ ମାସେ ଯାଏ ଉପବାସ କରି ପାଳନ କରିବା ବହୁତ ବଡ କଥା ଅଟେ । ଆମେ ଆମ ଦେଶ ପାଇଁ ରକ୍ତ ଦେବାକୁ ପ୍ରସ୍ତୁତ କିନ୍ତୁ ଦେଶରେ ହେଉଥିବା ଅତ୍ୟାଚାରକୁ ବରଦାସ୍ତ କରିବୁ ନାହିଁ। ମୁଁ ସର୍ବଧର୍ମ ଓ ସମାନତା ଚାହୁଁଛି, ଏନଆରସି ଓ ସିଏଏକୁ ମନା କରୁଛି ।