
ପୁରୀ- ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ଆନୁକୂଲ୍ୟରେ ହୋଟେଲ ଅନନ୍ୟ ପ୍ରାଇଡଠାରେ ବିଶିଷ୍ଟ ଚିକିତ୍ସକ ଡା. ରବିନ୍ଦ୍ର ନାରାୟଣ ସାମନ୍ତଙ୍କ ଦ୍ୱାରା ରଚିତ ଦୁଇଟି ପୁସ୍ତକ ଶ୍ରୀଜଗନ୍ନାଥାୟନ ଓ ସେକାଳ ପଖାଳ ଉନ୍ମୋଚିତ ହୋଇଯାଇଛି । ଏହି ଉନ୍ମୋଚନ ଉତ୍ସବରେ ଅଜିତ କୁମାର ମୁଖାର୍ଜୀ ଅଧ୍ୟକ୍ଷତା କରିଥିଲେ । ଲେଖକ ଶ୍ରୀ ସାମନ୍ତ ପୁସ୍ତକ ଲେଖିବା ପାଇଁ ଶ୍ରୀଜଗନ୍ନାଥଙ୍କଠାରୁ କରୁଣା ପାଇଛନ୍ତି ଓ ଚିକିତ୍ସା କରିବା ସମୟରୁ ଜଗନ୍ନାଥଙ୍କର ସେ ଜଣେ ବଡ ଭକ୍ତଭାବେ ନିଜକୁ ଭାବିଥାନ୍ତି । ମୁଖ୍ୟଅତିଥି ଭାବେ ଦଇତାପତି ରଘୁନାଥ ଦାସ ମହାପାତ୍ର, ଡଃ ଗଗନ ଆଚାର୍ଯ୍ୟ, ଡଃ ସୁଶାନ୍ତ ସାହୁ ଓଡିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ଡଃ ହରପ୍ରସାଦ ମିଶ୍ର, ଉମାକାନ୍ତ ମିଶ୍ର, ଇଂଜିନିୟର ଗଣେଶ ଚନ୍ଦ୍ର ପଣ୍ଡା ପ୍ରମୁଖ ମଂଚାସୀନ ଥିଲେ ।
ପ୍ରାରମ୍ଭରୁ ପଣ୍ଡିତ ଦୟାନିଧି ପଣ୍ଡାଙ୍କ ବେଦପାଠ, ମୋନାଲିସା ମହାନ୍ତି ଓ ଦୁଇଜଣ ଶିଶୁକନ୍ୟାଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । ବିଶିଷ୍ଟ ଶିକ୍ଷାବିତ୍ କ୍ରିଷ୍ଣା ମହାପାତ୍ର ଉତ୍ସବର ସଂଯୋଜନା କରିଥିଲେ । ଦେବାଶିଷ, ସୋନାଲି, ଅନିନ୍ଦିତା, ତପନ ସେଠୀ, ସୁବ୍ରତ ପାଣିଗ୍ରାହୀ, ଡଃ. କାର୍ତିକ ଦାସ, ରଚିତା ରାଉତରାୟ, ଡଃ ବଳରାମ ଦାସ, ଡଃ ଅଭିମନ୍ୟୁ ଭୂୟାଁ, ବଦ୍ରି ମିଶ୍ର, ବିନୋଦ ପଣ୍ଡା, ଅନ୍ନପୂର୍ଣ୍ଣା ଦେବୀ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ଅଶୋକ କୁମାର ଆଢ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।