
ଜୟପାଟଣା- ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଅନ୍ତର୍ଗତ ମଙ୍ଗଳପୁର ସ୍ଥିତ ହାତୀ ବ୍ୟାରେଜର ଉଭୟ ବାମ ଓ ଦକ୍ଷିଣ କେନାଲରେ ଚଳିତ ରବି ଚାଷ ପାଇଁ ରବିବାର ଠାରୁ ଜଳ ସେଚନ ଆରମ୍ଭ କରାଯାଇଛି । ହାତୀ ବ୍ୟାରେଜର ସଂଗୃହୀତ ଜଳସ୍ତର ୨୬୦.୯ ମି. ରେ ପହଞ୍ଚିବା ପରେ ଦିନ ୧୨/୩୦ ମି. ରେ ପାଣି ଛଡ଼ାଯାଇଛି ।
ସୂଚନାରୁ ପ୍ରକାଶ ଯେ, ଚଳିତ ରବି ଚାଷ ପାଇଁ ଇନ୍ଦ୍ରାବତୀ ଜଳସେଚନ ବିଭାଗ ପକ୍ଷରୁ ୫୨,୬୧୩.୦୮୬ ହେକ୍ଟର ଜମିରେ ଜଳସେଚନର ଲକ୍ଷ୍ୟ ରଖାଯାଇ ଥିବାବେଳେ ଜୟପାଟଣା ବ୍ଳକର ୫୬ ଖଣ୍ଡ ଗ୍ରାମରେ ୧୨,୭୯୨.୪୬୪, କଲମପୁର ୪୮ ଗ୍ରାମରେ ୯,୪୬୦.୦୭, କୋକସରାର ୧୨ ଗ୍ରାମରେ ୨୦୧୨.୨୯୬, ଜୁନାଗଡ଼ ୧୩୬ ଗ୍ରାମରେ ୨୦,୨୮୦.୮୨୬ ହେକ୍ଟର ଓ ଧର୍ମଗଡ଼ ବ୍ଳକର ୬୨ ଖଣ୍ଡ ଗ୍ରାମରେ ୮୦୬୭.୪୨୬ ହେକ୍ଟର ଜମିରେ ଜଳ ସେଚନର ଲକ୍ଷ୍ୟ ରଖାଯାଇଛି । ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳ ସ୍ତର ଆଜିବି ସର୍ବୋଚ୍ଚ ସୀମାରେ ୬୪୦.୧ ରେ ରହିଥିବା ବେଳେ ଚଳିତ ବର୍ଷ ଜଳସେଚନ ଓ ବିଜୁଳି ଉତ୍ପାଦନ ଠିକ୍ ଠାକ୍ ରହିବ ବୋଲି ଆଶା କରାଯାଉଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO