କୋଲକାତା, ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନ ସମୟରେ ନିରପେକ୍ଷ ଓ ପାରଦର୍ଶୀ ମତଦାନ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ଅନେକ ବଡ ପଦକ୍ଷେପ ନିଆଯାଇଛି । ଏହି କ୍ରମରେ ନିର୍ବାଚନ ସମୟରେ ବ୍ୟବହାର ହେବାକୁ ଥିବା ସମସ୍ତ ଗାଡିରେ ଜିପିଏସ ଲଗାଇବାକୁ ନିଷ୍ପତ୍ତି ହୋଇଛି । ଗାଡି ଠିକ୍ ରୁଟରେ ଯାଉଛି କିମ୍ବା ନାହିଁ, କୌଣସି ପ୍ରକାର ସମସ୍ୟା ହେଉନି ତ ଏହାକୁ ସୁନିଶ୍ଚିତ କରାଯାଇପାରିବ ।
ପୂର୍ବରୁ ନିର୍ବାଚନରେ ଅଭିଯୋଗ ଆସୁଥିଲା ଯେ, ମତଦାନ ଶେଷ ହେବା ପରେ ଇଭିଏମ, ଭିଭିପାଟ ପରି ଗୁରୁତ୍ୱପୂର୍ଣ୍ଣ ବସ୍ତୁକୁ ଡିସି-ଆରସିରୁ ମତଦାନ କେନ୍ଦ୍ର ଯାଏ ନେବା ପର୍ଯ୍ୟନ୍ତ ସମସ୍ୟା ଦେଖାଦେଉଥିଲା । ଏବେ ଜିପିଏସ ଜରିଆରେ ଯଦି ଗାଡି କୌଣସି ଅନ୍ୟ ସ୍ଥାନକୁ ଯାଉଛି, କିମ୍ବା କୌଣସି ଭୁଲ ହେଉଛି ତେବେ ଆବଶ୍ୟକ ହେବା ମାତ୍ରେ କାର ଡ୍ରାଇଭରକୁ ହେପାଜତକୁ ନେଇ ତାକୁ ପଚରାଉଚରା କରିବାର ବ୍ୟବସ୍ଥା କରାଯାଇଛି ।