
ଜୟପୁର – ଜୟପୁର ବ୍ଲକ ଅନ୍ତର୍ଗତ ଜୟନ୍ତିଗିରି ଠାରେ ଜିଲା ସ୍ତରିୟ ମା ବୁଢି ଠାକୁରାଣି ଫୁଟବଲ ଟୁଣ୍ଣାମେଂଟ୨୦୨୦ ଆଜି ଉଦଘାଟିତ ହୋଇଛି । ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରିବନ କାଟି ଉଦଘାଟନ କରିଥିଲେ । ଜୟନ୍ତିଗିରି ରେ ବିଧାୟକ ବାହିନିପତି ପହଂଚିବାପରେ ଆୟୋଜକ ଓ ଗ୍ରାମବାସୀ ନାଚ ଗୀତ. ବାଜା ବଜାଇ ସ୍ୱାଗତ କରିଥିଲେ । ଏହି ଜିଲା ସ୍ତରିୟ ଖେଳ ଆଜି ଉଦଘାଟନ ହୋଇଥିବାବେଳେ ଆସନ୍ତା ୧୨ ତାରିଖରେ ଫାଇନାଲ ହେବାକିୁ ଯାଉଛି । ଏହି ଟୁଣ୍ଣାମେଂଟକୁ ଜୟନ୍ତି ଗିରିର ୟୁଥମାସ ଆୟୋଜନ କରିଛନ୍ତି । ଆୟୋଜିକ କମିଟିର ସଭାପତି ଭୀମ ମହାନ୍ତି, ସମ୍ପାଦକ ଡମ୍ବୁରୁ ହରିଜନ, କୋଷାଧ୍ୟକ୍ଷ ଗୁଣାନିଧି ରାଉତ, ବ୍ଲକ କଂଗ୍ରେସ ସଭାପତି ବସନ୍ତ ନାୟକ, ବୋରିଗୁମ୍ମା ବ୍ଲକ ସଭାପତି ଅଶୋକ ଗନ୍ତାୟତ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ମ୍ୟାଚରେ ଧର୍ମଗଡ, ରାୟଗଡା, କୋରାପୁଟ, ନବରଙ୍ଗପୁର କୋଟପାଡ, ମାଲକାନଗିର. କଳାହାଣ୍ଡି ଓ ଦାମାନଯୋଡିର ଖେଳାଳିମାନେ ଏହି ମ୍ୟାଚରେ ଭାଗ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି ।