
ଭୁବନେଶ୍ଵର,ସାରା ରାଜ୍ୟରେ ଅସମ୍ଭାଳ ତାତି । କେବଳ ଦିନ ନୁହେଁ, ରାତିରେ ମଧ୍ୟ ସର୍ବନିମ୍ନ ତାପମାତ୍ରା ସ୍ଵାଭାବିକ୍ ଠାରୁ ପ୍ରାୟ ୩ରୁ ୫ ଡ଼ିଗ୍ରୀ ଅଧିକ ରହୁଛି । ଫଳରେ ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ହେଉଛି ଗୁଳୁଗୁଳି । ଆଜି ଦିନ ୨ଟା ୩୦ ସୁଦ୍ଧା ରାଜ୍ୟର ୧୧ଟି ସ୍ଥାନରେ ତାପମାତ୍ରା ୩୧ ଡ଼ିଗ୍ରୀ ଉପରେ ରହିଛି । ଭୁବନେଶ୍ଵରରେ ତାପମାତ୍ରା ସର୍ବାଧିକ ୪୩.୨ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।
ସେହିପରି ସମ୍ବଲପୁରରେ ୪୦.୮ ଡ଼ିଗ୍ରୀ, ହୀରାକୁଦରେ ୪୦.୬ ଡ଼ିଗ୍ରୀ, ଚାନ୍ଦବାଲିରେ ୪୦.୬ ଡ଼ିଗ୍ରୀ, ଝାରସୁଗୁଡ଼ାରେ ୪୦.୨ ଡ଼ିଗ୍ରୀ, ରାଉରକେଲାରେ ୩୯.୬ ଡ଼ିଗ୍ରୀ, କେନ୍ଦୁଝରରେ ୩୯ ଡ଼ିଗ୍ରୀ, ବାଲେଶ୍ଵରରେ ୩୭.୮ ଡ଼ିଗ୍ରୀ, ପୁରୀରେ ୩୩ ଡ଼ିଗ୍ରୀ, ଗୋପାଳପୁରରେ ୩୨.୨ ଡ଼ିଗ୍ରୀ ଏବଂ ପାରାଦୀପରେ ୩୨ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।