ଭୁବନେଶ୍ୱର – ଲଳିତ ମୋହନ ପଟ୍ଟନାୟକ ଓଡ଼ିଶା ନାଗରିକ ସମାଜର ୫ମ ସଭାପତି ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି । ଶ୍ରୀ ପଟ୍ଟନାୟକ ନାଲକୋରେ କାର୍ଯ୍ୟରତ ଥିଲାବେଳେ ୨୦୦୨-୦୩ ମସିହାରେ ଏହାର ବିକ୍ରି ବିରୋଧରେ ସାରା ଓଡ଼ିଶାରେ ଜନମତ ସୃଷ୍ଟି କରି ସଫଳ ହୋଇପାରିଥିଲେ । ଓଡ଼ିଶାରେ ନାଇଜର ଏବଂ ଆଇ.ଆଇ.ଟି. ସ୍ଥାପନ ପାଇଁ ଆନ୍ଦୋଳନକୁ ଯଥାକ୍ରମେ ୨୦୦୫ ଏବଂ ୨୦୦୭ ମସିହାରେ ଦିଲ୍ଲୀ ଦରବାରରେ ପହଂଚାଇ ପାରିଥିଲେ । ୨୦୦୭ ମସିହାରେ ନାଲକୋର ବାକି ୮ ବର୍ଷର ଚାକିରୀ ଛାଡ଼ି ସମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ ଏବଂ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ନିମନ୍ତେ ପର୍ଯ୍ୟାପ୍ତ ଅର୍ଥ ଇଷ୍ଟକୋଷ୍ଟ ରେଲୱେ କାର୍ଯ୍ୟାଳୟ ଏବଂ ଦିଲ୍ଲୀ ମନ୍ତ୍ରଣାଳୟ ନିକଟରେ ଦାବିକରି ଆସୁଥିଲେ । ୨୦୧୬-୧୭ ମସିହାରେ ଛତିଶଗଡ଼ ଠାରେ ୬ଟି ବନ୍ଧ ନିର୍ମାଣ ଦ୍ୱାରା କିପରି ମହାନଦୀର ସ୍ୱଭାବିକ ଜଳ ପ୍ରବାହରେ ବାଧା ଉପୁଜୁଛି ତାହା ସର୍ବସାଧାରଣରେ ଉପସ୍ଥାପନ କରିଥିଲେ ଏବଂ ଟ୍ରିବୁନାଲ ଡ଼ିମାଣ୍ଡକୁ ଦିଲ୍ଲୀ ଦରବାରରେ ଉପସ୍ଥାପନ କରିବା ପାଇଁ ସହଭାଗି ଥିଲେ ।
Related Stories
January 12, 2025
January 12, 2025
January 12, 2025