ଭୁବନେଶ୍ୱର, ବିଜେପିର ପ୍ରାର୍ଥୀ ଘୋଷଣାକୁ ନେଇ ବିଜେଡି ସମାଲୋଚନା କରିବାରେ ଲାଗିଛି । ଗତକାଲି ସସ୍ମିତ ପାତ୍ରଙ୍କ ପରେ ଆଜି ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର ବି ପ୍ରତିକ୍ରିୟା ରଖି ବିଜେପିକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଆମେ କହିଥିଲୁ 147 ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପାଖରେ ପ୍ରାର୍ଥୀ ନାହିଁ । 80 ଆସନ ପାଇଁ ମଧ୍ୟ ରାଜ୍ୟ ବିଜେପି ନିକଟରେ ଆଶାୟୀ ନାହାନ୍ତି,ତାଙ୍କ ପାଖରେ ନେତା ନାହାନ୍ତି । ସେଇଥିପାଇଁ ଏପର୍ଯ୍ୟନ୍ତ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ପାଇଁ ସକ୍ଷମ ହୋଇ ନାହାନ୍ତି । ପ୍ରାର୍ଥୀ ସନ୍ଧାନକାରୀ ଦଳ ପ୍ରାର୍ଥୀ ପାଇଲେନି । ଯେହେତୁ ପ୍ରାର୍ଥୀ ନାହାନ୍ତି ତେଣୁ ଅନ୍ୟ ଦଳ ଛାଡୁଥିବା ନେତା, ଅପରାଧିକ କାର୍ଯ୍ୟକଳାପ ରେ ସଂଶ୍ଳିଷ୍ଟ ନେତା, ବିତାଡିତ ନେତା ମାନଙ୍କୁ ନେଇ ଦଳରେ ମିଶାଉଛନ୍ତି । ପ୍ରାର୍ଥୀ ନଥିବାରୁ ଗାଁ ଗଣ୍ଡାରେ ପ୍ରାର୍ଥୀ ଖୋଜିବା ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ସ୍ୱୟଂପ୍ରକାଶ ।
Related Stories
November 21, 2024
November 21, 2024