![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ଚମ୍ପୁଆ, ରାତି ପ୍ରାୟ ସାଢେ ୯ଟା ସମୟରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର ତଡୁଆବାହାଳ ନିକଟରେ ଏକ ଟ୍ରଲର ପଛରେ ପିଟି ହୋଇ ହାଇୱା ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଉଭୟ ଗାଡି ଯୋଡା ଅଭିମୁଖେ ଯାଉଥିବା ବେଳେ ହାଇୱା ଗାଡି ଟ୍ରଲରକୁ ଓଭରଟେକ୍ କରିବାକୁ ଯାଇ ଟ୍ରଲର ସହ ଧକ୍କା ହୋଇଥିଲା। ଫଳରେ ହାଇୱାର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସୌଭାଗ୍ୟ ଵଶତଃ ଏହାର ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ପାଇ ରିମୁଳି ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।