ବାନ୍ଦା,ମାଫିଆ ମୁଖତାର ଅନସାରୀର ମୃତ୍ୟୁ ପରେ ମୃତ୍ୟୁ ସହିତ ଜଡିତ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ମୃତ୍ୟୁ ଉପରେ ଓ ପୋଷ୍ଟମର୍ଟମ ରିପୋର୍ଟ ଉପରେ ଟିପ୍ପଣୀ ଭାଇରାଲ ହେବାରେ ଲାଗିଛି । ପୋଷ୍ଟମର୍ଟମ ହାଉସର ମଧ୍ୟ ଏକ ଭିଡିଓ ଭାଇରାଲ ହେଉଛି । ଯାହା ଉପରେ ପ୍ରଶ୍ନ ଉଠୁଛୁ, ଏତେ ବଡ ତ୍ରୁଟି କିଭଳି ହେଲା । କୌଣସି ଅଧିକାରୀ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଉନାହାନ୍ତି ।
ଭାଇରାଲ ଭିଡିଓରେ ମୁଖତାର ଅନସାରୀର ପୁଅ ଉମର ଅନସାରୀ, ତାଙ୍କ ପୁତୁରା, ଜଣେ ପୋଲିସ କର୍ମୀ ଓ କିଛି ଅନ୍ୟ ଅଧିକାରୀ ଦେଖାଯାଉଛନ୍ତି । ଭିଡିଓରେ ଭିଡିଓଗ୍ରାଫି କରାଯାଉଥିବା ଦେଖାଯାଇଛି । ସ୍ୱାସ୍ଥ୍ୟ ବିଭାଗ ସହିତ ଜଡିତ ଜଣେ ଅଧିକାରୀ ଏହି ଭିଡିଓରେ ଦେଖାଯାଉଛନ୍ତି । ଭାଇରାଲ ହେବା ପରେ ଏହି ଭିଡିଓ ଏବେ ତଦନ୍ତ ଘେରକୁ ଆସିଛି ।