ଭୁବନେଶ୍ୱର/ପଦ୍ମପୁର,ଦାଦନ ହୋଇଯାଇଥିଲେ, ଶବ ହୋଇ ଫେରିଲେ । ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅନ୍ତର୍ଗତ ଟେମେରୀ ଗ୍ରାମର ଧନୁର୍ଜ ବଛା (22) ଅଧିରାମ ପ୍ରୋସେସିଂ ମିଲ କମ୍ପାନୀ ତିରପୁର-ତାମିଲନାଡୁରେ କାମ କରୁଥିଲେ । ତେବେ ଗତ ମାର୍ଚ୍ଚ 15ରେ ବଏଲର ଫାଟି ଯିବାରୁ ଦୁର୍ଘଟଣା ଶିକାର ହୋଇଥିଲା ଧନୁର୍ଜ। ସେଠାରେ ଥିବା ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମାର୍ଚ୍ଚ 28ରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଆଜି ତାଙ୍କ ମୃତଦେହ ଗାଁରେ ପହଂଚିଛି । ଏହାପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।