କୋଲକାତା– ବସିରହାଟରୁ ବିଜେପି ପ୍ରାର୍ଥୀ ରେଖା ପାତ୍ର ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଛନ୍ତି । ଏକ ମିଡିଆ ଚାନେଲରେ ବିଶେଷ ଆଲୋଚନା ବେଳେ ସେ ପିଏମ ମୋଦିଙ୍କ ତୁଳନା ରାମଙ୍କ ସହ କରିଛନ୍ତି । ପ୍ରଧାନମନ୍ତ୍ରୀ ଯେଉଁ ଦିନ ତାଙ୍କ ସହ ଫୋନରେ କଥା ହୋଇଥିଲେ, ସେ ସେଦିନର କଥା ମନେ ପକାଇଛନ୍ତି । ରେଖା କହିଛନ୍ତି ଯେ, ଏଭଳି ଲାଗିଲା, ଯେପରି ଭଗବାନ ରାମଙ୍କ ସହ କଥା ହେଉଛି । ପିଏମ ମୋଦିଙ୍କ ପ୍ରଶଂସା କରି ରେଖା କହିଛନ୍ତି ଯେ, ମୁଁ ବହୁତ ସୌଭାଗ୍ୟଶାଳୀ ଅଟେ, ଯେ ବିଜେପି ମୋତେ ଲୋକଙ୍କ ସ୍ୱର ଉଠାଇବା ପାଇଁ ଚୟନ କରିଛି । ମୁଁ ଜିତେ କି ହାରେ ଏହା କୌଣସି ମୂଲ୍ୟ ରଖେନି । ମୁଖ୍ୟ କଥା ହେଉଛି ଯେ, ସନ୍ଦେଶଖାଲି ମହିଳାଙ୍କ ସହ ଯେଉଁ ବର୍ବରତା ଓ ଅତ୍ୟାଚାର ବର୍ଷ ବର୍ଷ ଧରି କରାଯାଇଛି, ତା ବିରୁଦ୍ଧରେ ମୁଁ ଲଢେଇ ଜାରି ରଖିବି ।
Related Stories
January 19, 2025