
ଭୁବନେଶ୍ୱର/ବାଲେଶ୍ୱର, ପୂର୍ବ ଭାରତ ପ୍ରସିଦ୍ଧ ବାବା ଚନ୍ଦନେଶ୍ଵର ମହାଦେବଙ୍କ ପବିତ୍ର ଚଡକ ପର୍ବ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଭୋଗରାଇ ବ୍ଲକ କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି । ଚଡ଼କ ପର୍ବ ଏପ୍ରିଲ ୧ରୁ ଆରମ୍ଭ ହୋଇ ଏପ୍ରିଲ ୧୩ ରେ ସମାପ୍ତ ହେବ । ଚଳିତ ବର୍ଷ ଚଡ଼କ ପର୍ବରେ ମହାନୀଳ ଓ ପାଟପର୍ବରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟି ଦେଇ ସ୍ବାସ୍ଥ୍ୟସେବା ,ଆମ୍ବୁଲାନ୍ସ, ଆଇନଶୃଙ୍ଖଳା, ଟ୍ରାଫିକ ବ୍ୟବସ୍ଥାକୁ କଡ଼ା କଡ଼ି କରିବା ସହିତ ସିସିଟିଭି କ୍ୟାମେରା, ପାନୀୟଜଳ ଯୋଗାଣ, ପରିମଳ ସ୍ବଚ୍ଛତା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି ।ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ,ଜିଲ୍ଲା ଆରକ୍ଷୀ ଅଧିକାରୀ ସହିତ ସବୁ ବିଭାଗର ବରିଷ୍ଟ ଅଧିକାରୀ ମାନେ ଉପସ୍ଥିତ ଥିଲେ I