
ଗଂଜାମ – ବ୍ରହ୍ମପୁର ଖଲିକୋଟ ସ୍ୱୟଂ ଚାଳିତ କ୍ଲଷ୍ଟର ବିଶ୍ୱ ବିଦ୍ୟାଳୟରେ ବିଭିନ୍ନ ବିଭ୍ରାଟ ଦେଖାଦେଇଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ କଲେଜ କର୍ତୃପକ୍ଷ ଖେଳ ଖେଳୁଥିବା, ଠିକ୍ ସମୟରେ ପରୀକ୍ଷା କରାଯାଉନଥିବା ଏବଂ ପରୀକ୍ଷା ପରେ ମୂଲ୍ୟାଙ୍କନରେ ଅବ୍ୟବସ୍ଥା ଇତ୍ୟାଦି କାରଣରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଗତି କରୁଥିବା ଅଭିଯୋଗ କରି ଆଜି ଶହ ଶହ ଛାତ୍ର ଛାତ୍ରୀ ଏହାର ପ୍ରତିକାର ପାଇଁ ପ୍ରତିବାଦ କରି ବିଶ୍ୱ ବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କୁ ଦାବିପତ୍ର ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।