କେନ୍ଦୁଝର – କେନ୍ଦୁଝର ଜିଲ୍ଲାପାଳ ଙ୍କ କୋର୍ଟ କୁ ଆଜି ଶନିବାର ଦିନ ବର୍ଜ୍ଜନ କରିଛନ୍ତି ଓକିଲମାନେ । ନିର୍ଦ୍ଧାରିତ ସମୟ ଠାରୁ ଅନେକ ଡେରି ପର୍ଯ୍ୟ୍ୟନ୍ତ ଜିଲ୍ଲାପାଳ କୋର୍ଟ କୁ ନ ଆସିବାରୁ କେବଳ ରିପ୍ରେଜେନ୍ଟସେନ ଦେଇ କୋର୍ଟ ଛାଡି ଚାଲିଗଲେ ଓକିଲ । ଫଳରେ ସୁପ୍ରିମକୋର୍ଟ ଙ୍କ ନିଦେ୍ର୍ଧଶ ଅନୁଶାରେ ଓପିଡିଆର ଆକ୍ଟ ୧୯୬୨ ଅନୁଯାୟୀ ପରିବେଷ ଓ ବେଆଇନ ଖଣି ଖନନ ମାମଲାର ଜୋରିମାନା ଦାଖଲ କରିନଥିବା ଖଣି ଲିଜଧାରୀ ଙ୍କର ଶନିବାର ଦିନ କେଶ ର ଶୁଣାଣି ଜିଲ୍ଲାପାଳ ଙ୍କ କୋର୍ଟ ରେ ଚାଲିଆସୁଥିଲା । ହେଲେ ଆଜି ଶନିବାର ଦିନ ଓକିଲ ଙ୍କର ଜିଲ୍ଲାପାଳ ଙ୍କ କୋର୍ଟ ଛାଡି ଚାଲିଯିବା ଫଳରେ ଏହି କୋର୍ଟ ରେ ହେବାକୁ ଥିବା ୪ ଟି ଖଣି ଲିଜଧାରୀ ଙ୍କର ଶୁଣାଣି ରେ ବାଧା ଉପୁଜିଛି । ଜିଲ୍ଲାପାଳଙ୍କ କୋର୍ଟରେ ୪ ଟି ଖଣି ଲିଜଧାରୀ ଟି.ବିି ଲାଲ , ମିନେରାଲ ଟ୍ରେଡିଂ ସିଣ୍ଡିକେଟ , ମେସର୍ସ ଫେକର , ଓ ଏସ୍.ଏନ୍.ମହାପାତ୍ର ଙ୍କ ସହିତ ହେବାକୁ ଥିବା ଆହୁରି ଅନେକ ମାମାଲା ର ଶୁଣାଣି ମଧ୍ୟ ବାଧା ଉପୁଜିଛି । ଅନେକ ସମୟରେ ଜିଲ୍ଲାପାଳଙ୍କର ଅନୁରୁପ ମନମାନୀ କୁନେଇ ଅନେକ ମହଲରେ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଥାଏ । ଏନେଇ ଜିଲ୍ଲପାଳ ଙ୍କର ମତା ମତ ମିଳିପାରି ନାହିଁ ।